କୋରାପୁଟ ସାହିତ୍ୟ ଉତ୍ସବ ଉଦଯାପନୀରେ ଯୋଗଦେଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ
କୋରାପୁଟ: ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଊତା,୨୧,୧୦,୨୦୧୯ରିଖ ସଂଧ୍ୟାରେ କୋରାପୁଟ ସାହିତ୍ୟ ଉତ୍ସବ ଉଦଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଓ ସମ୍ମାନିତ ଅତିଥି ଭାବେ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ। ‘କୋରାପୁଟ ଓ ବିକାଶ’ଶୀର୍ଷକ ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ଇବତନ ମନ୍ତ୍ରୀ ରବିନାରାୟଣ ନନ୍ଦ,ବିଜେପି ନେତା ଭୃଗୁ ବକ୍ସିପାତ୍ର,ଅବସରପ୍ରାପ୍ତ ପ୍ରଶାସକ ଗଦାଧର ପରିଡା,ଶିକ୍ଷାବିତ ଉମାକାନ୍ତ ଦାସ ଓ ସାମାଜିକ କର୍ମୀ ଉର୍ମୀ ଡାନିଏଲ ଭାଗନେଇ କୋରାପୁଟର ବିକାଶ ଓ ଏଦିଗରେ ଥିବା ସମସ୍ୟା ସଂପର୍କରେ ଯୁକ୍ତି କରିଥିଲେ।ବରିଷ୍ଠ ସାମ୍ବାଦିକ ସଂଦୀପ ସାହୁ ଏହାକୁ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଓ ବକ୍ତା ଯୋଗଦେଇ ସେମାନଙ୍କ ମତ ରଖିଥିଲେ।