କୋରାପୁଟ ଷ୍ଟାଡିୟମର ନବକଳେବର, ଷ୍ଟାଡିୟମରେ ଲାଗିଲା ସିସିଟିଭି
କୋରାପୁଟ (ମଦନ ମୋହନ ସାହୁ) : ଦୀର୍ଘଦିନ ପରେ ଖୋଲିବାକୁ ଯାଉଛି କୋରାପୁଟ ଷ୍ଟାଡିୟମ । ସ୍ୱତନ୍ତ୍ର ଭାବେ ଏହାର ଆମୂଳଚୂଳ ପରିବର୍ତନ ହୋଇ କୋରାପୁଟ ଷ୍ଟାଡିୟମର ନବକଳେବର ହୋଇଛି । ଚାରିଆଡ ଘାସରେ ଛାଉଣୀ ହେବା ସହିତ ଲୋକେ ବସିବା ଗ୍ୟାଲେରୀରେ ସୁନ୍ଦର ଆଦିବାସି ଚିତ୍ରରେ ଚିତ୍ରିତ ହୋଇଛି ଷ୍ଟାଡିୟମର ପରିବେଶ । ଆଜି ଏହାକୁି ଉଦ୍ଘାଟନ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ତଥା ପ୍ରଶାସନର ଖେଳ ବିଭାଗ ଦାୟିତ୍ୱରେ ଥିବା ଅର୍ଚ୍ଚନା ଦାଶ,ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀଶଂକର କାଲୋ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଉପନିୟନ୍ତ୍ରକ ବେସାମରିକ ପ୍ରତିରକ୍ଷା କୋରାପୁଟ ରମାନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ୫ଟି କୁ ଗୁରୁତ୍ୱ ଦେଇ ମାତ୍ର ୨୨ଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମର ନବୀକରଣ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି । ତତ୍ ସହିତ ପଡିଆ ଓ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ମଧ୍ୟ ଲଗାଯାଇଛି । ଜବରଦଖଲକୁ ଉଚ୍ଚେଦ କରାଯାଇଛି । ଏଥର ଷ୍ଟାଡିୟମ ଭିତରକୁ ଆଉ ଅବାଧ ପ୍ରବେଶ ହୋଇପାରିବ ନାହିଁ । ଉଭୟ ପୁଅ ଓ ଝିଅ ଖେଳାଳୀ ମାନଙ୍କୁ ସମାନ ଗୁରୁତ୍ୱ ଦିଆଯିବା ସହ ରାତ୍ର ସମୟରେ ସଂପୂର୍ଣ୍ଣ ପଡିଆକୁ ଲକ କରିବା ସହ ଅନୁପ୍ରବେଶ ଉପରେ କଟକଣା ରହିବ । ଜନସାଧାରଣଙ୍କ କଥାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଗୋଷ୍ଠି ରାଜନୀତି ଏହା ମଧ୍ୟରେ ଚାଲିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ରଙ୍କ ସ୍ପଷ୍ଟ ଭାବରେ କହିଛନ୍ତି । ପଡିଆର ପାଚେରୀକୁ ନିର୍ମିତ କରାଯିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିବା ଜଣାପଡିଛି । ତତ୍ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଷ୍ଟାଡିୟମ ସମ୍ବଦ୍ଧୀୟ ଏସଓପି ଜାରି କରାଯିବା ସହିତ ଅବାଧ ପ୍ରବେଶ ବନ୍ଦ କରିବା ଓ ପଡିଆର ସ୍ୱଚ୍ଚତା ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।