01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ବିଦ୍ୟାଳୟରେ କ୍ୟାବିନେଟ ଗଠନ

କୋରାପୁଟଜିଲ୍ଲା: କୋରାପୁଟ ବିଦ୍ୟାଳୟରେ କ୍ୟାବିନେଟ ଗଠନ ହୋଇଛି। ପୁଜାରିପୁଟ ୟୁଜିଏମଇ ସ୍କୂଲରେ ୨୦୧୯/୨୦ ଵର୍ଷ ପାଇଁ ପିଲାଙ୍କୁ ନେଇ ଏକ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ ଗଠନ କରାଯlଇଛି ।

ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ କ୍ଲାସର ୨୬୫ ଜଣ ପିଲାଙ୍କୁ ନେଇ ଖାଦ୍ୟ,ଶିକ୍ଷା,ସ୍ବାସ୍ଥ୍ୟ ଖେଳ ସାଂସ୍କୃତିକ କ୍ରୀଡ଼ା ଓ ସୂଚନା ବିଭାଗ ସହ ମନ୍ତ୍ରୀମଣ୍ଡଳର ମୁଖ୍ୟ, ଉପମୁଖ୍ୟ ପଦବୀ ପାଇଁ ନିର୍ବାଚନ କରା ଯାଇଥିଲା। ଯେଉଁଥିରେ ମନ୍ତ୍ରୀ ମଣ୍ଡଳର ମୁଖ୍ୟରୁପେ ୮ ମ କ୍ଲାସର ପ୍ରିୟଙ୍କା ସେଠୀ ଓ ଉପମୁଖ୍ୟ ରୁପେ ସେହି କ୍ଲାସର ଜୟନ୍ତ ଦାଶ ନିର୍ବାଚିତ ହୋଇଥିବାବେଳେ ଶିକ୍ଷା ବିଭାଗ ମନ୍ତ୍ରୀ ଗୁପ୍ତପରଜା, ଉପମନ୍ତ୍ରୀ ରୁପେ ପୂଜା ଖୀଲ, ସ୍ବାସ୍ଥ୍ୟପାଇଁ ଜେମେସ ହିଆଲ, ଉପମନ୍ତ୍ରୀ ରୁପେ ସ୍ଵେତାରାଣୀ ଟାକ୍ରି, ପରିବେଶ ପାଇଁ ମନ୍ତ୍ରୀ ନିତୁ ମାଳୀ, ଉପମନ୍ତ୍ରୀ ତ୍ରୂପ୍ତି ଖରା, ଖାଦ୍ୟ ପାଇଁ ଇସାକ କୁଳଦୀପ, ଉପମନ୍ତ୍ରୀ ରଇଲା ମୁଦୁଲି, ଖେଳ ଓ ସଂସ୍କୃତି ପାଇଁ ଦୀପକ ମୁଦୁଲି ଓ ଉପମନ୍ତ୍ରୀ ହିଙ୍ଗୁଳା ତୂରୂକ, ସେହିପରି ସୂଚନା ଓ ଶିଶୁ ସାଂବାଦିକ ପାଇଁ କିରଣ ଘଡେଇ ଓ ମିଲନ ସାହୁ ନିର୍ବାଚିତ ହୋଇଛନ୍ତି।

ପରେ ଏକ ଶିଶୁ ସଭା କରା ଯାଇଥିଲା।ମୁଖ୍ୟଅତିଥି ରୁପେ ଏପିଡି ମହେଶ୍ବର ନାୟକ, ମୁଖ୍ୟବକ୍ତା ଏବିଓ ଦୟାନଧି ବାଘ, ସମ୍ମାନୀୟ ଅତିଥି ରୁପେ ଯଥା କ୍ରମେ ଅବସରପ୍ରାପ୍ତ ଏବିଓ ଶିବପ୍ରସାଦ ପଟ୍ଟନାୟକ, ଡିପିଇପି କୋଡିନେଟର ଶୁଭେନ୍ଦୁ ବାରିକ, ସାମ୍ବାଦିକ ସିଏଚ ସାନ୍ତାକାର,ରଞ୍ଜନ ଦାଶ ଯୋଗଦେଇ ପିଲାଙ୍କୁ କିଛି ଉପଦେଶ ଦେଈଥିବା ବେଳେ, ପ୍ରୋଗ୍ରାମରେ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ନାୟକ ଓ ପରିଚାଳନା କରିଥିଲେ ଶିକ୍ଷକ ପ୍ରଦୀପ ପାତ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

କୋରାପୁଟରୁ ପ୍ରତିନିଧି ଦେବାଶ୍ରୀତ ପଟ୍ଟନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *