02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଡିଆଇଜିଙ୍କ ଗୁଣପୁର ଓ ଗୁଡାରି ଗସ୍ତ ଗୁଡାରି ଠାରେ ନୂତନ ଥାନା ଗୃହ ଉଦଘାଟନ

ରାୟଗଡ଼ ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କୋରାପୁଟ ଶ୍ରୀ ସଫିନ ଅହମ୍ମଦ ଆଜି ରାୟଗଡା ଜିଲ୍ଲାର ଅତ୍ୟାଧିକ ମାଓପ୍ରବଣ ଗୁଡାରୀ,ଏବଂ ଗୁଣପୁର ଅଞ୍ଚଳ ଗ୍ରସ୍ତକରିଥିଲେ।ପ୍ରଥମେ ଗୁଡାରୀ ଠାରେ ନୁତନ ଥାନାଗୃହ ଏବଂ ସିଆରପିଏଫ ଜବାନଙ୍କ ରହିବା ପାଇଁ କୋଠାଗୃହର ଶୁଭ ଉଦ୍ଘାଟନ କରିଥିଲେ।ପରେ ଗୁଡାରି ସହରର ବରିଷ୍ଠନାଗରିକ ମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ତାପରେ ସିଆରପିଏଫ ଜବାନ ଏବଂ କମାଣ୍ଡେଣ୍ଟ୍ନଙ୍କ ସହ ମାଓ କାର‌୍ୟ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖି କୁମ୍ବିଙ୍ଗ ଅପରେସନକୁ ଯୋରଦାର କରିବାକୁ ନିର୍ଦ୍ଧେଶ ଦେଇଥିଲେ।ପରେ ଗୁଣପୁର ଆଦର୍ଶ ଥାନାକୁ ଯାଇ ବରିଷ୍ଠନାଗରିକଙ୍କ ସହ ଆଲୋଚନା କରି ସେମାନଙ୍କୁ ଆଇକାର୍ଡ ପ୍ରଦାନ କରିଥିଲେ।ଏହି ଗ୍ରସ୍ତସମୟରେ ରାୟଗଡା ଏସପି ଡାକ୍ତର ଶ୍ରବଣ ବିବେକ ଏମ ଗୁଣପୁର ଏସଡିପିଓରାଜକିଶୋର ଦାସ ,ଥାନା ଅଧିକାରି ଗୁଡାରି ଏବଂ ସିଆରପିଏଫ ଯବାନ ମାନେ ଉପସ୍ଥିତ ଥିଲେ।ପୋଲିସ ଆପଣ ମାନଙ୍କ ବନ୍ଧୁ ସେମାନ ଙ୍କୁ ସହଯୋଗ କରନ୍ତୁ ପୋଲିସ ମଧ୍ୟ୍ୟ ଆପଣ ଙ୍କୁ ପୂର୍ଣ୍ଣ ବନ୍ଧୁତା ର ସହିତ ସହଯୋଗ କରିବେ ପୋଲିସ ଆପଣଙ୍କ ବନ୍ଧୁ ତେଣୁକରି ପୋଲିସ କୁ ଭୟ କରିବାର ନାହିଁ ବୋଲି କହିଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *