November 18, 2025

Sabubarga Khabar

All category news

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ, କାର୍ଯ୍ୟକାରୀ ହେଲା ଜିଲ୍ଲା ସାମ୍ବାଦିକ କଲ୍ୟାଣ ପାଣ୍ଠି

କୋରାପୁଟ ୦୫/୦୩(ସଖପ୍ର):  ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଜିଲ୍ଲା ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଦକ୍ଷତା ବିକାଶ ସଭାଗୃହରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ପର୍ଯ୍ୟାୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲାପାଳ ଭି କିର୍ତ୍ତୀଭାସନ, କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟରଞ୍ଜନ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଲକ୍ଷ୍ମୀ ପୁର ବିଧାୟକ ପବିତ୍ର ସାଉନ୍ତା ପ୍ରମୁଖ ଯୋଗଦେଇ କୋରାପୁଟ ଜିଲ୍ଲାରେ ସାମ୍ବାଦିକ ଭବନ ନିର୍ମାଣ କରିବାରେ ନିଶ୍ଚିତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। କୋରାପୁଟ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣ କେନ୍ଦ୍ର ହୋଇଥିବା ବେଳେ ଆଜିଯାଏଁ ଏଠାରେ ସାମ୍ବାଦିକ ଭବନ ନିର୍ମାଣ ହୋଇ ନଥିବାରୁ ଜିଲ୍ଲାପାଳ ଶ୍ରୀ ଭାସନଙ୍କ ସମେତ ଜିଲ୍ଲାର ସମସ୍ତ ୪ ଜଣ ବିଧାୟକ ଏହାକୁ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ କରାଯାଉ ବୋଲି ମତ ଦେଇଥିଲେ ଓ ଏଥିରେ ସମସ୍ତଙ୍କ ସହଯୋଗ ର‌ହିବବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ଜିଲ୍ଲାରେ ଜିଲ୍ଲା ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ସଭାପତି ଶଶଧର ରାଉତ ୫୧ ହଜାର ଟଙ୍କା ପାଣ୍ଠିକୁ ପ୍ରଦାନ କରିବା ଘୋଷଣା କରିବା ପରେ ଏହା ଜିଲ୍ଲାର ସାମ୍ବାଦିକଙ୍କ ସାମୁହିକ ହିତ ପାଇଁ ଏକ ଉତ୍ତମ ପ୍ରସ୍ତାବ ବୋଲି ସମସ୍ତ ଅତିଥି ଏହାକୁ ସମ୍ମାନ ଜଣାଇଥିଲେ । କୋରାପୁଟ ବିଧାୟକ ରଘୁରାମ ମାଛ ୫୦ ହଜାର ଟଙ୍କା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ୫୦ ହଜାର ଟଙ୍କା, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ୨୧ହଜାର ଟଙ୍କା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ୨୧ହଜାର ଟଙ୍କା, କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟରଞ୍ଜନ ସେଠୀ ୧୧ ହଜାର ଟଙ୍କା, ଜିଲ୍ଲା ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଟି ଗୌରିଶଙ୍କର ୧୧ହଜାର ଟଙ୍କା, ସାମ୍ବାଦିକ ଚିତ୍ତରଞ୍ଜନ ପାତ୍ର ୨୦୦୦ ହଜାର ଟଙ୍କା, ଅରୁଣ ଦାସ ୧୧୧୧ଟଙ୍କା ପାଣ୍ଠିକୁ ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଈଁ ଜିଲ୍ଲା ରେ କଲ୍ୟାଣ ପାଣ୍ଠି ଗଠନ କରି ଜିଲ୍ଲା ସାମ୍ବାଦିକଙ୍କ ଅସୁବିଧାରେ ସହଯୋଗ ହୋଇପାରିବ ବୋଲି ଅତିଥି ଭାବେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଏବଂ ୪ ଜଣ ବିଧାୟକଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚଳିତ ବିଧାନ ସଭା ଅଧିବେଶନରେ ସାମ୍ବାଦିକଙ୍କ ଉଚିତ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ସମସ୍ତ ବିଧାୟକ ପ୍ରକାଶ କରିଥିଲେ । ପ୍ରଥମ ଅଧିବେସନରେ ନିର୍ବାଚନ ଅଧିକାରୀ ଜୟନ୍ତ ମିଶ୍ରଙ୍କ ଦ୍ଵାରା ଶପଥଗ୍ରହଣ ଉତ୍ସବ ଏବଂ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରି ସଭାପତି ଶରତ ନାୟକ,ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ଘନଶ୍ୟାମ ରଥ,ସମ୍ପାଦକ ଶରତ ଧଳ ସଂଗଠନ ସମ୍ପାଦକ ପରମେଶ୍ବର ସାହୁ, ଉପସଭାପତି ମୁରଲୀଧର ବରାଡ,ଜଗତଜିବନ କଚିମ,ଟିବୁନାଲ ଅଧ୍ୟକ୍ଷ ପଙ୍କଜ ପାତ୍ର, ଶୃଙ୍ଖଳା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ଗୌଡ, ଉପଦେଷ୍ଠା ଭବାନୀ ମିଶ୍ର,ପରିକ୍ଷିତ ବିଶ୍ଵାଳ, ମନୋଜ ପଟ୍ଟନାୟକ ଅଜୟ ସାହୁ, ତ୍ରୀଲୋଚନ ମହାରଣା, ଅମିତାଭ ବେହେରା, ସୌମ୍ୟରଞ୍ଜନ ସାହୁ, ସନ୍ତୋଷ କୁମାର ପାତ୍ରଙ୍କ ସମେତ ଜିଲ୍ଲାର ୧୪ ବ୍ଳକରୁ ଶତାଧିକ ସାମ୍ବାଦିକ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବି ପ୍ରଶାଦ ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରେ ଜିଲ୍ଲାପାଳଙ୍କ ସହଯୋଗରେ ଗଢ଼ିଉଠିଥିବା ସାମ୍ବାଦିକ ଭବନ ସମ୍ପର୍କରେ ନିଜର ମତ ପ୍ରଦାନ କରିଥିଲେ। ଏଥିରେ ଆକୃଷ୍ଟ ହୋଇ କୋରାପୁଟ ଜିଲ୍ଲାପାଳ ଶ୍ରୀ ଭାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିବା ସହ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ସୁଚନା ଅଧିକାରୀଙ୍କୁ ଭବନ ସମ୍ପର୍କରେ ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.