କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ
କୋରାପୁଟଜିଲ୍ଲା/ଜୟପୁର ୨୨/୧୧(ସଖପ୍ର): ଜୟପୁର ଋତୁରାଜ କଲ୍ୟାଣ ମଣ୍ଡପରେ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । “ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାରେ ବାଧକ କିଏ ?” ଶୀର୍ଷକକୁ ନେଇ ହୋଇଥିବା ଏହି ଆଲୋଚନା ସଭାରେ ପରୋହିତ୍ୟ କରିଥିଲେ ସଙ୍ଘ ସଭାପତି ରାଜେନ୍ଦ୍ର କୁମାର ଗୌଡ଼ । ଏଥିରେ ଅତିଥି ଭାବେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଜୟ କୁମାର ରାୟ ଜେନାଦେଓ, ପୂର୍ବତନ ପୌର ଉପାଧକ୍ଷ ସୂର୍ଯ୍ୟ ନାରାୟଣ ରଥ, ପୂର୍ବତନ ବୋରିଗୁମା ବ୍ଲକ ଅଧକ୍ଷ ମଦନ ମୋହନ ନାୟକ, ବିଇଓ ସୁରେନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ସୁପ୍ରିମକୋର୍ଟ ଓକିଲ ଶିବ ମିଶ୍ର, ବରିଷ୍ଠ ନେତା ରମାକାନ୍ତ ରାଉଳ ପ୍ରମୂଖ ଯୋଗଦେଇ ସ୍କୁଲ ପ୍ରତିଷ୍ଠା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଥିଲେ । ଆଲୋଚନା ବେଳେ ସ୍କୁଲ ପାଇଁ ଆନ୍ଦୋଳନ କରିଥିବା କିରଣ ମିଶ୍ର, ନବକୃଷ୍ଣ ରଥ, ଆଇନଜୀବୀ ଅନୁପ ପାତ୍ର, ଗୀତା ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜ ଉଦ୍ୟମ ସମ୍ପର୍କରେ କହିଥିଲେ । ସଭାରେ ବିଜେପି ନେତା ଦେବେନ୍ଦ୍ର ବାହିନୀପତି, ସାଂସଦ ପ୍ରତିନିଧି କୃଷ୍ଣଚନ୍ଦ୍ର ନେପାକ, ଅବସର ପ୍ରାପ୍ତ ସିଏସଓ ରାମନାଥ ସାହୁ, ସୁଶାନ୍ତ ଅଧିକାରୀ, ସୁରେଶ କୁମାର ନାଇଡୁ, ପରମେଶ୍ୱର ପାତ୍ର ପ୍ରମୁଖ ଯୋଗ ଦେଇ ଆରଡିସି କାର୍ଯ୍ୟାଳୟରେ ଅଟକି ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟ ଫାଇଲକୁ ଆଗକୁ ନେବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ । ସଭା ପରିଚାଳନାରେ ଉପଦେଷ୍ଟା ଚନ୍ଦ୍ରକାନ୍ତ ସୁତାର, ଯୁଗ୍ମ ସମ୍ପାଦକ ସୁମନ୍ତ ସାହୁ, କାର୍ଯ୍ୟ କାରିଣୀ ସଭ୍ୟ ଚନ୍ଦ୍ର ଶେଖର ତ୍ରିପାଠୀ ପ୍ରମୁଖ ଭୂମିକା ନେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବାଲ୍ମୀକି ମହାପାତ୍ର, କ୍ଷେତ୍ରବାସୀ ପଣ୍ଡା, ତ୍ରିଲୋଚନ ମହାରଣା, ଗଜେନ୍ଦ୍ର ସାହୁ, ସନ୍ତୋଷ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।