November 18, 2025

Sabubarga Khabar

All category news

କୋରାପୁଟ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜର ବୈଠକ

ଜୟପୁର ୧୯/୧: କୋରାପୁଟ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ଏକ ବୈଠକ ସ୍ଥାନୀୟ କୁମ୍ଭାର ସାହି ତ୍ରିପତି ବାଲାଜୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କବିରାଜ ପରମେଶ୍ଵର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଭାପତି ପର୍ଶୁରାମ ଗୌଡ଼, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶରତଚନ୍ଦ୍ର ଗୌଡ଼, ସମ୍ମାନିତ ଅତିଥି ରୂପେ ଆଇନଜୀବୀ ସୁଦର୍ଶନ ଗୌଡ଼, ଭାସ୍କର ଚନ୍ଦ୍ର ଗୌଡ଼, ବୈପାରିଗୁଡ଼ା ସଭାପତି ପଦ୍ମନ ଗୌଡ଼, ନବରଙ୍ଗପୁର ସଭାପତି ସତୀଶ ନାୟକ ଯୋଗ ଦେଇଥିଲେ । ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ ସଂପାଦକୀୟ ବିବରଣୀ ପାଠ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ନବରଙ୍ଗପୁର ଜିଲ୍ଲା କମିଟି ସହ ସେମିଳିଗୁଡା ଏବଂ ବୋରିଗୁମ୍ମା ମୁଠା କମିଟି ଗଠନ ନେଇ ସ୍ଥିର କରାଯାଇଥିଲା । ସମାଜର କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜରେ ରହିଥିବା କୁସଂସ୍କାର ଦୂର ସହ ନାରୀ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଘାସିରାମ ଗୌଡ଼, ସାଥି ରାମ ନାୟକ, ଉଦୟ ମହାଙ୍କୁଡ, ଡାକ୍ତର ସୁଦର୍ଶନ ଗୌଡ଼, ନାରାୟଣ ଗୌଡ଼, ବିଜୟ ଗୌଡ଼, ହରିହର ଗୌଡ଼, ବଂଶୀଧର ଗୌଡ଼, ରାମ ମହାଙ୍କୁଡ, ବିଶ୍ଵ ରଞ୍ଜନ ଗୌଡ଼, ଶ୍ରୀରାମ ଗୌଡ଼, ଶରତ ପାତ୍ର, ରାଜେନ୍ଦ୍ର ଗୌଡ଼, ହଂସ ମହାଙ୍କୁଡ଼, କୈଳାସ ଚନ୍ଦ୍ର ଗୌଡ଼, ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.