କୋରାପୁଟ ଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଆଜି ସ୍ୱତନ୍ତ୍ର ଜଜ ହୃଦୟ ବଲ୍ଳଭ ଦାସଙ୍କ ବିୟୋଗରେ ଶୋକସଭା
ଜୟପୁର: ଅବସରପ୍ରାପ୍ତ ସିବିଆଇ ସ୍ୱତନ୍ତ୍ର ଜଜ ହୃଦୟ ବଲ୍ଳଭ ଦାସଙ୍କ ଗତ ରବିବାର ହୋଇ ଥିବା ବିୟୋଗରେ କୋରାପୁଟ ଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଆଜି ଶୋକସଭା ଆୟୋଜନ କରାଯାଇଥିଲା ।
ସଭାପତି ମଦନମୋହନ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଜୟପୁର ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାମଲ ଯୋଗଦେଇ ସ୍ବର୍ଗତ ଦାସଙ୍କ ନିରାଡ଼ମ୍ବର ଜୀଵନ ଶୈଳୀ ଉପରେ କହିଥିବା ବେଳେ ଜିଲ୍ଲା ସରକାରୀ ଅଧିବକ୍ତା ଵିଷ୍ଣୁ ପାତ୍ର ତାଙ୍କର ଭାଷା ଆନ୍ଦୋଳନରେ ରହିଥିବା ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଏଥିରେ ବିରେନ ପଟ୍ଟନାୟକ, ସୁରେଶ ଦାସ, ମୀନ କେତନ ପରିଛା, ଦୁର୍ଗା ମାଧବ ସତପଥୀ, ହରିହର କରସୁଧା ପଟ୍ଟନାୟକ, ଚନ୍ଦ୍ରକାନ୍ତ ସୁତାର, ରାସ ବିହାରୀ ସାମନ୍ତରାୟ, ବୁନୁ ରଥ, କୃଷ୍ଣ ହୋତା ଯୋଗଦେଇ ସ୍ବର୍ଗତ ଆତ୍ମାଙ୍କ ପାଇଁ ନିରବ ପ୍ରାର୍ଥନା କରିବା ସହ ତାଙ୍କ କାର୍ଯ୍ୟଧାରା ଉପରେ କହିଥିବା ବେଳେ ସମ୍ପାଦକ ରାଜେନ୍ଦ୍ର ଗୌଡ଼ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।