03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ‘ଜୱାଦ’ ପାଇଁ ପ୍ରସ୍ତୁତ ରହିଛି, ଜିଲ୍ଲାପାଳ

କୋରାପୁଟ ୩/୧୨(ସଖପ୍ର):କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ‘ଜୱାଦ’ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି। ବାତ୍ୟାର ପ୍ରଭାବ ଜିଲ୍ଲାରେ ନ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି। ବାତ୍ୟା ଗୁଲାବର ଯେଉଁ ସ୍ଥାନରେ ପ୍ରଭାବ ରହିଥିଲା ଉକ୍ତ ସ୍ଥାନ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଗର୍ଭବତୀ ମହିଳା ,ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟସ୍ଥଳକୁ ନେବା ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଭୂସଂଖଳନ ଆଶଙ୍କା ଥିବା ସ୍ଥାନରେ ମେସିନ ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଉତ୍ପାଦିତ ଶସ୍ୟ ଅମଳ କରି ଜରି ଘୋଡାଇବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲାର ଚାଷୀମାନେ ଧାନ ଅମଳ କରିସାରି ଖଳାରେ ଜରି ଘୋଡାଇ ରଖୁଥିବା ଦେଖିବାକୁ ମିଳିଛି।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *