03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କୋରାପୁଟ୦୫/୦୮(ସଖପ୍ର): କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଚଳିତ ମାସ ୫ତାରିଖ ଗୁରୁବାର ପୂର୍ବାହ୍ନ ୧୨ ଘଟିକା ସମୟରେ ଓଡି଼ଶା ଷ୍ଟାଫ ସିଲେକସନ କମିଶନ୍ ମହାଦୁର୍ନିତିର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତି ମିନାକ୍ଷୀ ବାହିନୀପତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଲୋକପ୍ରିୟ ରାଜନେତା ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତିଙ୍କ ପ୍ରୋତ୍ସାହନରେ କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ମଧୁସୂଦନ ରେଡ୍ଡିଙ୍କ ନେତୃତ୍ୱରେ ଧାରଣା ଦେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତି ନଳିନୀ ରଥ, କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସୁକାନ୍ତ ପଟ୍ଟନାୟକ, କୋରାପୁଟ ନିର୍ବାଚନ ମଣ୍ତଳିର ବିଧାୟକ ପାର୍ଥି ଶ୍ରୀ କୃଷ୍ଣ କୁଲଦିପ, କୋରାପୁଟର ପୂର୍ବତନ ପୌରପାଳିକା ଅଧକ୍ଷା ଭଗବାନ୍ ବାହିନୀପତି, ଜୟପୁର ବ୍ଲକ୍ କଂଗ୍ରେସ ସଭାପତି ବସନ୍ତ ନାୟକ, ଏ. ରମେଶ ରାଓ ପ୍ରମୁଖଃ ଉପସ୍ଥିତ ଥିଲେ।

କୋରାପୁଟରୁ ଗଜେନ୍ଦ୍ର ସାହୁଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *