କୋରାପୁଟ ଜିଲ୍ଲାର ଦୁଇଟି ସ୍ଥାନରୁ ଗଂଜେଇ ଜବତ…
କୋରାପୁଟ :କୋରାପୁଟ ଗଂଜେଇ ଚୋରାଚାଲାଣ ର ପେଣ୍ଠସ୍ଥଳ ପାଲଟିଛି |ଏନ ଏଚ -୨୬ ର ଘାଟଗୁଡା ଛକ ଠାରେ ପୋଲିସ ଦ୍ୱାରା ଯାଞ୍ଚ କରିବା ସମୟରେ ଗୋଟିଏ ଟ୍ରକରୁ ଏକ କୁଇଣ୍ଟାଲରୁ ଅଧିକ ହେବ ଗଂଜେଇ ଧରାପଡିଛି |
ଏହି ସମୟରେ ୩ ଜଣ ଓ ୩ ଟି ମୋବାଇଲ କୁ ଜବତ କରିଛି ସୁନାବେଡା ପୋଲିସ |ଏହି ଗଂଜେଇ ବିହାରକୁ ଚାଲାଣ କରାଯାଉଥିଲା ବୋଲି ପୋଲିସ କହିଛି |ସେହିପରି ସିମିଳିଗୁଡା ପୋଲିସ ମଧ୍ୟ ଏକ ସଭାରି ଗାଡ଼ିରେ ଆନ୍ଧ୍ରକୁ ଗଂଜେଇ ଚାଲାଣ ବେଳେ ଶିମିଳିଗୁଡା -ପୋଟାଙ୍ଗୀ ରାସ୍ତାରେ ଧରିଛି |
ଗାଡ଼ିରୁ ଜଣେ ଲୋକ ଓ ୯୩ କେ ଜି ଗଂଜେଇ କୁ ଜବତ କରାଯାଇଛି |ଯେତେ ଚେଷ୍ଟା କଲେ ମଧ୍ୟ ଏ ଗଂଜେଇ ଚାଲାଣ ବନ୍ଦ ହେଉନଥିବାରୁ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )