କୋରାପୁଟ ଜିଲ୍ଲାରେ ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟ ଶେଷ ,ଉଦଘାଟନକୁ ଅପେକ୍ଷା

କୋରାପୁଟ (ସଖପ୍ର): ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର ୧୭ଟି ହାଇସ୍କୁଲକୁ 5T ହାଇସ୍କୁଲ ରୂପାନ୍ତରିତ କରିବା ନିମନ୍ତେ ଚୟନ କରାଯାଇଥିଲା। ସରକାରୀ ହାଇସ୍କୁଲ କୋଟପାଡ, କୁମୁଲି, ନନ୍ଦପୁର,ବନ୍ଧୁଗାଁ, ପଟ୍ଟାଙ୍ଗୀ,ପାଡୁଆ, ପୋଡାଗଡ,କାକିରିଗୁମ୍ମା, ହାଟଗୁଡା, ନାରାୟଣପାଟଣା, ଲମତାପୁଟ, ସେମିଲିଗୁଡା, କୁସୁମି, ନାରିଗାଁ ଓ ଆମ୍ବାଗୁଡା, କୁନ୍ଦ୍ରାର ନୂତନ ସରକାରୀ ଅରବିନ୍ଦ ଶିକ୍ଷା ନିକେତନ ଏବଂ କୋରାପୁଟ ସରକାରୀ ବାଳିକା ହାଇସ୍କୁଲ ଅନ୍ତର୍ଭୁକ୍ତ ରହିଥିବା ଜଣାପଡିଛି। ୧୭ ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଉଦଘାଟନକୁ ଅପେକ୍ଷା କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି । ରୂପାନ୍ତରିତ କାର୍ଯ୍ୟ ଶେଷ ହୋଇଯାଇଥିବା କୋରାପୁଟ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ରାଜେନ୍ଦ୍ର ପ୍ରସାଦ ରଥ ସୂଚନା ଦେଇଛନ୍ତି ।

ସ୍ମାର୍ଟ କ୍ଲାସ ୫ଟି, ଆଇସିଟି ଲ୍ୟାବରୋଟେରୀ ,ବିଜ୍ଞାନ ଲ୍ୟାବରୋଟେରୀ ,ଲାଇବ୍ରେରୀ ,ଖେଳ ପଡିଆ ,ବଗିଚା ଓ ଶୈାଚାଳୟ ରୂପାନ୍ତରିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ