କୋରାପୁଟ ଜିଲ୍ଲାରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ,ଜିଲ୍ଲାପାଳଙ୍କ ସୂଚନା
ଜୟପୁର(୧୮/୦୬): କୋରାପୁଟ ଜିଲ୍ଲାରେ ପୁଣି ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି । ବୈପାରୀଗୁଡା ବ୍ଲକର ୩ଜଣ, ସେମିଳିଗୁଡା ବ୍ଲକ ଡୋଲିଆମ୍ବ ଟିଏମସିର ଜଣେ ଓ ସୁନାବେଡା କୋବ୍ରା ବାଟାଲିୟନର ୨ଜଣ କୋବ୍ରା ଜବାନ ରହିଥିବା ସେ ପ୍ରକାଶ କରିଥିଲେ । ଏଥିମଧ୍ୟରୁ ୫ ଜଣ ପୁରୁଷ ଓ ଜଣେ ମହିଳା ରହିଥିବା ସେ ସୂଚନା ଦେଇଥିଲେ । ସମସ୍ତଙ୍କୁ ଜୟପୁର କୋଭିଡ ହସପିଟାଲକୁ ସ୍ତାନାନ୍ତରିତ କରାଯାଇଥିବା ସେ ପ୍ରକାଶ କରିଥିଲେ । ଆଜି ସଂଧ୍ୟାରୁ ୪ ଦିନ ପାଇଁ ସମସ୍ତ ଟିଏମସି କେନ୍ଦ୍ର ମଧ୍ୟରେ କଂଟେନମେଂଟ ଜୋନ ଘୋଷଣା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । କୋରାପୁଟ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ଜଣାପଡିଛି ।