01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲାରେ କୁଟୀର ଶିଳ୍ପ ପାଲଟିିଛି ମଦ ବେପାର

କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଧଡକ ଚାଲିଛି ଚୋରା ମଦ ବେପାର।ଏହି ମଦ ପିଇ ଯାଉଛି ଅନେକ ଲୋକଙ୍କଙ୍କ ଜୀବନ।ଘର ସଂସାର ଉଜୁଡି ଯାଉଛି।ହେଲେ ଭାଙ୍ଗୁନି ମଦ ମାଫିଆଙ୍କ ଘମଣ୍ଡ । କାରଣ ତାଙ୍କ ପଛରେ ଅଛି ଅବକାରୀ ବିଭାଗ, ରାଜନୈତିକ ହାତ ଏବଂ ବାହୁବଳୀଙ୍କ ବଳ।ଗ୍ରାମବାସୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଚେଇଁ ଶୋଇଛି ଅବକାରୀ ବିଭାଗ।ସ୍ଥାନୀୟ ଅବକାରୀ ବାବୁ ଏବଂ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅବଗତ କଲା ପରେ ନ ଶୁଣିଲେ ନୀରିହଆଦିବାସୀ ନେଉଛନ୍ତି ହାତକୁ ଆଇନ।
ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା, କୋଟପାଡ଼ ବ୍ଲକର ମୁର୍ତାହାଣ୍ଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ। କିଛି ଦିନ ତଳେ ସ୍ଥାନୀୟ ମହିଳା ଏବଂ ପୁରୁଷ ହାତରେ ଲାଠି ଏବଂ କୁରାଢ଼ୀ ଧରି ପଞ୍ଚାୟତରେ କରିଥିଲେ ସର୍ଚ୍ଚ ଅପରେସନ।ମଦ ମାଫିଆଙ୍କ ଘରେ ଘରେ ପଶି ଜବତ କରିଥିଲେ ମଦ ଏବଂ ମଦ ରନ୍ଧାରେ ବ୍ୟବହାର କରା ଯାଉଥିବା ମହୁଲ ପୋଚ।ପଞ୍ଚାୟତ ବାସୀଙ୍କ ଠାରୁ ବର୍ତ୍ତିବାକୁ ଯାଇ ମଦ ମାଫିଆ ମାନେ ମଦକୁ ଡ୍ରମ ଭିତରେ ରଖି ମାଟି ତଳେ ଲୁଚାଇ ଦେଇଥିଲେ।ହେଲେ କାଳୀ ରୂପୀ ଏହି ମହିଳା ମାନଙ୍କ ଠାରୁ ବର୍ତ୍ତିବା ମାଫିଆ ମାନଙ୍କ ପାଇଁ କଷ୍ଟକର ହୋଇଥିଲା। କାଳୀ ରୂପୀ ଏହି ମହିଳାଙ୍କ ଆଗରେ ଯେଉଁ ମଦ ମାଫିଆଙ୍କ ଘର ପଡିଲା, ଭିତରେ ପଶି ସବୁ ଉଜାଡ଼ିଲେ।ହାଣ୍ଡି ଭାଙ୍ଗିଲେ, ପୋଚକୁ ରାସ୍ତାରେ ଢାଳି ତା ଉପରେ ନାଚିଲେ।ପୋଲିସ ଉପସ୍ଥିତ ଥିବା ସତ୍ତ୍ଵେ, ମହିଳା ମାନଙ୍କ ଆଗରେ ହାର ମାନିଥିଲେ। ଶେଷରେ ପ୍ରାୟ ପଞ୍ଚାୟତ ୟର ୭୦୦ ରୁ ୮୦୦ ମହିଳା ଯାଇ ପହଞ୍ଚିଥିଲେ ବିହାରୀ ମଦ ଭାଟି ଆଗରେ। ଶେଷରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପ୍ରତିଶୃତି ମିଳିଲା ଯେ ଜିଲ୍ଲାପାଳଙ୍କ ଆଦେଶ ପରେ ବିହାରୀ ମଦ ଦୋକାନ ପଞ୍ଚାୟତରୁ ହଟାଇ ଦିଆଯିବ।
କୋରାପୁଟ ଜିଲ୍ଲାରେ ଏହି ଘଟଣାଟି ନୂଆ ନୁହଁ। ଏହା ପୂର୍ବରୁ କୁନ୍ଦ୍ରା ବ୍ଲକର ଶତାଧିକ ମହିଳା ଯାଇ ସ୍ଥାନୀୟ ମଦ ଭାଟିରେ ନିଆଁ ଲଗାଇ ଦେଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏତେ ସବୁ ଘଟଣା ଘଟିବା ସତ୍ତ୍ୱେ ଅବକାରୀ ବିଭାଗର ବାବୁ ମାନଙ୍କ ନିଦ ଭାଙ୍ଗୁନାହିଁ। ମଦ ମାଫିଆଙ୍କ ଠାରୁ ମୋଟା ଅଙ୍କର ବଟି ନେଇ ଅବକାରୀ ବିଭାଗର ବଡ ପଣ୍ଡିତ ମାନେ ଚୁପ ବସିଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ଜିଲ୍ଲାର ଅନେକ ସ୍ଥାନରେ ନିୟମ ଭାଙ୍ଗି ଦେଶୀ ମଦ ବିକ୍ରି ଚାଲିଛି ତ ଅନ୍ୟ ପଟେ ରାଜ୍ୟ ସରକାର ସରକାରୀ ମଦ ବିକିଲେ ପୁରସ୍କୃତ କରିବେ ବୋଲି ଘୋଷଣା କରିଛନ୍ତି। ଆଦିବାସୀ ପର୍ବ ପର୍ବାଣୀରେ ଚେରମୁଳି ଦ୍ୱାରା ନିର୍ମିତ ମଦ ରାନ୍ଧି ଉତ୍ସବ ମନାଉଥିବା ବେଳେ ଅବକାରୀ ବିଭାଗର ବାବୁ ମାନେ ଚଢ଼ାଉ କରି ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଅନ୍ୟ ପଟରେ ରାଜ୍ୟ ସରକାର, ସରକାରୀ ମଦ ବିକିଲେ ପୁରସ୍କୃତ କରୁଛନ୍ତି। କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ ମାରି ଖାଇଲେ ଦୋଷ ନାହିଁ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରୁଛନ୍ତି ରାଜ୍ୟ ସରକାର।

କୋରାପୁଟରୁ ଭବାନୀ ପାଢ଼ୀଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *