କୋରାପୁଟ ଜିଲ୍ଲାକୁ I.M.D ପକ୍ଷରୁ ରେଡ ଆଲର୍ଟ ଜାରି

କୋରାପୁଟ (ସଖପ୍ର): କୋରାପୁଟଜିଲ୍ଲାକୁ ଆଇଏମଡି ପକ୍ଷରୁ ରେଡ ଓ୍ବାର୍ଣ୍ଣିଙ୍ଗ ଜାରି କରିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ କରାଯାଇ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟ ଉପଖଣ୍ଡ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବ ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ଡଙ୍ଗା ପ୍ରଚଳନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଂଚଳର ଗର୍ଭବତୀ ମହିଳା ଓ ବୃଦ୍ଧଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳ ଯଥା ଦସମନ୍ତପୁର,ଲଷ୍ମୀପୁର,ବନ୍ଧୁଗାଁ, ନାରଣପାଟଣା, ପଟାଙ୍ଗୀ, ସେମିଳିଗୁଡା, ନନ୍ଦପୁର ଆଦି ଅଞ୍ଚଳରେ ଲାଣ୍ଡ ସ୍ଲାଇଡ଼ ହବାର ଆଶଙ୍କା ଥିବାରୁ ଅଞ୍ଚଳର ତହସିଲଦାର, ବିଡ଼ିଓ,ଆଇଆଇସି ଆଦି ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ସଚେତନ କରାଯାଇଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସେ ସୂଚନା ଦେଇଛନ୍ତି।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ