11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ କୋର୍ଟ ପରିସରରେ କାର୍ଯ୍ୟକ୍ଷମ ହେଲା ଲମତାପୁଟର ନ୍ୟାୟାଳୟ

କୋରାପୁଟଜିଲ୍ଲା: ଜିଲ୍ଲାସ୍ଥିତ ଲମତାପୁଟର ସିଭିଲ୍ ଜଜ୍(ଜୁନିଅର ଡିଭିଜନ) କୋର୍ଟର ଉଦଘାଟନ କରାଯାଇଛି । ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତି କେ ଆର ମହାପାତ୍ର କୋର୍ଟକୁ ଉଦଘାଟିତ କରିଛନ୍ତି । ତେବେ କୋରାପୁଟ ଜିଲ୍ଲା ଲମତାପୁଟର ସିଭିଲ୍ ଜଜ୍ କୋର୍ଟ ଜିଲ୍ଲା କୋର୍ଟ ପରିସରରେ ଉଦଘାଟିତ ହୋଇଛି । ସିଭିଲ୍ ଜଜ୍ କୋର୍ଟ କାର୍ଯ୍ୟକାରୀ ହେବା ପାଇଁ ଆବଶ୍ୟକୀୟ ଭବନ ନିର୍ମାଣ ହେବା ପର୍ଯ୍ୟନ୍ତ ଏହି କୋର୍ଟ କୋରାପୁଟ କୋର୍ଟ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ । ଏନେଇ କୋରାପୁଟ ବାର ଆସୋସିଏସନ ସମ୍ପାଦକ ମନୋରଞ୍ଜନ ରାଉତରାୟ ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *