12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଅବକାରୀ ବିଭାଗ ଦ୍ବାରା ହରଡାଗୁଡା ଗାଁରୁ ୨୪୦କେଜି ଗଞ୍ଜେଇ ଜବତ

କୋରାପୁଟଜିଲ୍ଲା: ଜିଲ୍ଲାରେ ବେଧଡକ ଚାଲିଛି ଗଞ୍ଜେଇ ବେପାର । ଚୋରା ଚାଲାଣରେ ଲାଗିପାରୁନି ଲଗାମ । ଆଜି (ଶୁକ୍ରବାର) ପୁଣି କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ନନ୍ଦପୁର ବ୍ଲକ ଅନ୍ତର୍ଗତ ହରଡାଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗଞ୍ଜେଇ ଜବତ କରିଛି । ଏହି ଗ୍ରାମର ଧନୁ କୂଳ ନାମକ ଏହି ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ଗଞ୍ଜେଇ ରଖିଥିଲେ । ଏହାର ଖବର ପାଇ ତାଙ୍କ ଘରେ ଚଢାଉ କରିଥିବା ଅବକାରୀ ବିଭାଗର ଅଧିକାରୀ ତେଜରାଜ ଜାନୀ ନାମକ ବ୍ୟକ୍ତି କହିଛନ୍ତି । ତେବେ ଜବତ ହୋଇଥିବା ୨୪୦କିଲୋ ଗଞ୍ଜେଇର ବଜାର ମୂଲ୍ୟ ୨୪ ହଜାର ଟଙ୍କା ହେବ ବୋଲି ଜାନୀ ଜଣାଇଛନ୍ତି । ଏତେ ମାତ୍ରାରେ ଗଞ୍ଜେଇ ଘରେ ରଖିଥିବା ଅପରାଧରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାରେ ଏପରି ବାରମ୍ବାର ଗଞ୍ଜେଇ ଚାଲାଣ କାହିଁକି ହେଉଛି ଏବଂ ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ କାହିିଁକି ହେଉନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ଅବକାରୀ ବିଭାଗର ଏଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *