05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟରେ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣ ବିତରଣ କରାଗଲା

କୋରାପୁଟ (ସଖପ୍ର): କୋରାପୁଟ ସହରସ୍ଥିତ ଲିଡ ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ଋଣ ସଂଯୋଗୀକରଣ ମେଳା ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ଅତିଥିଭାବେ ଯୋଗଦେଇ ଋଣ ବିତରଣ କରିଥିଲେ ।ଜିଲ୍ଲାର ୧୯ ଟି ବ୍ୟାଙ୍କର ୫୦୦ ଉପଭୋକ୍ତାଙ୍କୁ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣ ବିତରଣ କରାଯାଇଥିବା ଲିଡ ବ୍ୟାଙ୍କ ମୁଖ୍ୟ ପରିଚାଳକ ଲିଙ୍ଗରାଜ ସାହୁ ସୂଚନା ଦେଇଛନ୍ତି । ଲୋକଙ୍କ ପାଖରେ ବ୍ୟାଙ୍କ ପହଂଚିବ ଓ ଉପଭୋକ୍ତାମାନେ ସହଜରେ ଯେପରି ରୁଣ ପାଇପାରିବେ ତାହା ହେଉଛି ମୁଖ୍ୟଲକ୍ଷ ବୋଲି ସେ ପ୍ରକାଶ କରିଛନ୍ତି। ମୁଦ୍ରା,ଏସଏଚଜି,ପିଏମଇଜିପି,ଶିକ୍ଷା,ଗୃହ ଓ ବଳରାମ ଯୋଜନା ଅନ୍ତର୍ଗତ ଋଣ ବିତରଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଆସନ୍ତା ୨୨ ତାରିଖ ଦିନ ଜିଲ୍ଲାରେ ଆଉ ଗୋଟିଏ ଋଣ ମେଳା କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି। ନାବାର୍ଡର ଡିଡିଏମ ମୁରାରୀ ମୋହନ ବେହେରା ,ସମବାୟ ବ୍ୟାଙ୍କର ସଂପାଦକ କୃଷ୍ଣଚନ୍ଦ୍ର ଦାନି ,ଏସବିଆଇ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ପଦମନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *