କୋରାପୁଟରେ ପ୍ରେସ କ୍ଲବ ପରିସରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ
କୋରାପୁଟ ୦୩/୧୨(ସଖପ୍ର): କୋରାପୁଟ ପ୍ରେସ କ୍ଲବ ପରିସରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରଦୀପ ପ୍ରସାର ସମିତି ଓ ରେସପଣ୍ଡ ଟ୍ରଷ୍ଟ ଆନୁକୁଲ୍ୟରେ ଆୟୋଜିତ ଉତ୍ସବରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ମୁଖ୍ୟବକ୍ତା ଭାବେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଆମ ଦୃଷ୍ଟିକୋଣରେ ପରିବର୍ତନ ହୋଇଛି ବୋଲି ପ୍ରକାଶ କରିଛନ୍ତି। ସାମଗ୍ରିକ ଭାବରେ ଏକତ୍ରିତ ହୋଇ ବିକାଶ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ଉତ୍ସବରେ ଦିବ୍ୟାଙ୍ଗ ଓ ସାମ୍ବାଦିକମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। ଆଇଆରବି ଦୁର୍ଗପତି ପ୍ରଭାତ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କୋରାପୁଟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିଲିପ କୁମାର ହିଆଲ, କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, ରେସପଣ୍ଡ ଟ୍ରଷ୍ଟର ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ସିୟା ,ବାଦଲ କୁମାର ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜଳେନ୍ଦ୍ର ତ୍ରୀପାଠୀ ପରିଚାଳନା କରିଥିବା ବେଳେ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ