02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟରୁ ଜଣକୁ ଉଠାଇନେଲା ମୁମ୍ବାଇ ATS

କୋରାପୁଟଜିଲ୍ଲା:  ଜୟପୁରରୁ ଜଣକୁ ଉଠାଇନେଲା ମୁମ୍ବାଇର ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ଏଟିଏସ) ଟିମ୍ । ଗଞ୍ଜେଇ କାରବାରକୁ ନେଇ ଏଟିଏସ ଉଠାଇନେଇଥିବା ସୂଚନା । ତେବେ ଗିରଫ ବ୍ୟକ୍ତି କୋରାପୁଟରୁ ନାଗପୁରକୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆଜି(ରବିବାର) କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡପଦର ପଞ୍ଚାୟତ ଅନ୍ତର୍ଗତ କଲଗୁଡାର ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇର ଏଟିଏସ ଟିମ୍ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ଖଗପତି ପାଙ୍ଗି ବୋଲି ଜଣାପଡିଛି । କୋରାପୁଟରୁ ନାଗପୁରକୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଏଟିଏସ ତାଙ୍କୁ ଗିରଫ କରିଛି । ତେବେ ନାଗପୁର ଏଟିଏସ ବ୍ରାଞ୍ଚ ଏସଆଇ ଆଶିଷ ଠାକୁରଙ୍କ ନେତୃତ୍ୱରେ ମୁମ୍ବାଇର ଏକ ଟିମ୍ ଜୟପୁର ସଦର ଥାନାରେ ପହଞ୍ଚିଥିଲା । ଏହାପରେ ଜୟପୁର ସଦର ପୋଲିସର ସହଯୋଗରେ ଏଟିଏସ ସ୍କ୍ବାର୍ଡ ଖଗପତିଙ୍କୁ ଗିରଫ କରି ନାଗପୁର କୋର୍ଟରେ ହାଜର କରିଛି । ଏନେଇ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *