କୋରାପୁଟଜିଲ୍ଲା ସଦର ମହକୁମାରେ ଜାତୀୟ ପ୍ରେସ ଦିବସ ପାଳିତ
କୋରାପୁଟ ୧୬/୧୧(ସଖପ୍ର): ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ନଭେମ୍ବର ୧୬ ତାରିଖରେ କୋରାପୁଟ ସଦର ମହକୁମାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଆୟୋଜିତ ଜାତୀୟ ପ୍ରେସ ଦିବସରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ଜନସାଧାରଣଙ୍କୁ ସଠିକ ସୂଚନା ପ୍ରଦାନ କରିଥିଲେ ବୋଲି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗଣଯୋଗାଯୋଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ପ୍ରଦୋଷ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରକାଶ କରିଥିଲେ। ଏକ ମିଡିଆ କାଉନସିଲ ଗଠନ କରାଯିବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଥିଲେ। କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ସିଏଚ ସାନ୍ତାକାର ,ରଞ୍ଜନ କୁମାର ଦାସ, ଘନଶ୍ୟାମ ରଥ, ଅମିତାଭ ବେହେରା, ପ୍ରଶାନ୍ତ କୁମାର ସାମନ୍ତରାୟ, ଗୋପାଳ ପାଢୀ, ସୁବୋଧ କୁମାର ଚେଟ୍ଟି, ହୃଷୀକେଶ ମିଶ୍ର ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ। କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ , ଏ.କେ.ବେହେରା , ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ