02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟଜିଲ୍ଲା ପଛୁଆବର୍ଗ ମହାସଂଘ ତରଫରୁ “ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର ୦୧/୦୮(ସଖପ୍ର): ଡାକ୍ତରୀ ଶିକ୍ଷାରେ ପଛୁଆ ବର୍ଗଙ୍କୁ କେନ୍ଦ୍ର ସରକାରଙ୍କ 27 ପ୍ରତିଶତ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ଘୋଷଣାକୁ ଆଜି ଜୟପୁରରେ ସ୍ୱାଗତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଏହି ସକାଶେ ଏକ ସଭା କୋରାପୁଟଜିଲ୍ଲା ପଛୁଆ ବର୍ଗ ମହାସଂଘ ପକ୍ଷରୁ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ମହାସଭାର ଆବାହକ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ମହାସଂଘ ଉପଦେଷ୍ଟା ଵାଲା ରାୟ, ମଦନ ମୋହନ ନାୟକ, ଇଂ ଅଭିମନ୍ୟୁ ମହାରଣା, ଧନୁର୍ଜୟ ସାହୁ, ପରମେଶ୍ବର ପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ରଖିବା ସହ ପୌର ପରିଷଦ ନିର୍ବାଚନରେ ମଧ୍ୟ ରାଜ୍ୟ ସରକାର ଏଭଳି ସଂରକ୍ଷଣ ଲାଗୁ କରିବା ପାଇଁ ଦାବୀ ରଖିଥିଲେ । ଏଥିରେ ପିତାମ୍ବର ମାଣିଆ, ଗଜେନ୍ଦ୍ର ସାହୁ, ସନ୍ତୋଷ ପାତ୍ର, ଶ୍ରୀଚନ୍ଦନ ନାୟକ, ସୁରେନ୍ଦ୍ର ଖରା, ନରେଶ ମହାକୁଳ, ଦିଦ୍ୟାଧର ମହାନ୍ତି, ଅଭିମନ୍ୟୁ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଚାକିରୀ କ୍ଷେତ୍ରରେ ଏଭଳି ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ବୋଲି ମତ ପ୍ରକାଶ କରିଥିବା ବେଳେ ଚନ୍ଦ୍ରକାନ୍ତ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *