କୋରାପୁଟଜିଲ୍ଲା କୁନ୍ଦୁରା ବ୍ଲକରେ ବିଜେଡି ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ
କୋରାପୁଟଜିଲ୍ଲା୧୬/୦୧: କୁନ୍ଦୁରା ବ୍ଲକ ଜଗନ୍ନାଥ ମନ୍ଦିର ପଡିଆ ନିକଟରେ ଥିବା କଲ୍ୟାଣ ମଣ୍ଡପ ଠାରେ ବିଜେଡି ଦଳ ତରଫରୁ ଏକ କର୍ମୀ ସମିଳନୀ ସଭାର ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ମାନ୍ୟବର ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଏବଂ କୋରାପୁଟ ବିଜେଡି ଜିଲ୍ଲା ସଭାପତି ଓ ଓଡିଶା ରାଜ୍ୟ ବିହନ ନିଗମ ଅଧକ୍ଷ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ। ବିଜେଡି ଦଳର ସମସ୍ତ କର୍ମୀମାନଙ୍କୁ ଏକଜୁଟ କରି ସମ୍ମୀଳନୀ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ କୁନ୍ଦୁରା ବ୍ଲକର ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ବିଜେଡି କର୍ମକର୍ତା ଯୋଗଦେଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଦଳର ସମସ୍ତ କର୍ମୀ ମାନଙ୍କୁ ନବୀନ ସରକାରଙ୍କ ନୀତି ଆଦର୍ଶକୁ ମାନି ଦଳ ଆଗକୁ ଆହୁରି ଉନ୍ନତି ଧରଣର କାର୍ଯ୍ୟ କରିବା ଲକ୍ଷ ରଖି ସମସ୍ତେ ଦଳ ପ୍ରତି ସମର୍ପଣ ମନୋଭାବ ନେଇ ଦଳକୁ ମଜବୁତ କରିବା କଥା କହିଥିଲେ। ତତସହ ସମସ୍ତ ଅଞ୍ଚଳବାସୀଙ୍କୁ ସରକାରଙ୍କ ସୁବିଧା ଓ ସହଯୋଗ ଦେବାପାଇଁ ଉଦବୋଧନ ଦେଇଥିଲେ। ତାପରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ପାଣିଗ୍ରାହୀ ମଧ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ କୀର୍ତ୍ତିମାନ ସୃଷ୍ଟି କରିଥିବା ନବୀନ ସରକାରଙ୍କ ନୀତି ଆଦର୍ଶକୁ ବହୁତ ପ୍ରଶଂସା କରିଥିଲେ। ନବୀନ ସରକାର ଭାରତ ବର୍ଷରେ ଏକ ଦକ୍ଷ ମୁଖ୍ୟମନ୍ତ୍ରୀ ରୂପେ ୧ନମ୍ବର ସ୍ଥାନ ପାଇ ଇତିହାସ କରିଥିବା କଥା ମଧ୍ୟ କହିଥିଲେ। ବିଜେଡି ଦଳ ଆଗକୁ ଆହୁରି କେମିତି ଲୋକପ୍ରିୟତା ହାସଲ କରିବ, ଦଳର କର୍ମ କର୍ତା ମାନେ କିପରି ଏକତ୍ରିତ ହୋଇ କାମ କରିବେ ଓ ପ୍ରତ୍ୟେକ ପଂଚାୟତଠୁ ସହର ଯାଏଁ ଦଳର ନୂଆ ନୂଆ ସଦସ୍ୟତା କେମିତି ସଂଗ୍ରହ କରାଯିବ,ଦଳ ଆଗକୁ ଆହୁରି କେମିତି ମଜବୁତ ହବ,ଏହି ମୂଳ ମନ୍ତ୍ର ରଖି ଆମେ କାମ କରିବା କହି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ଶେଷରେ ଦଳୀୟ କର୍ମୀ ମାନେ ବିଜେଡି ଜିନ୍ଦାବାଦ ନାରା ଦେଇ ସଭାକୁ ସମାପ୍ତି କରିଥିଲେ।