କୋରକୋଣ୍ଡା ବ୍ଲକ ବିଜୁ ଜନତା ଦଳ ଓ ବାଲିମେଳା ନଗର ବିଜୁ ଜନତା ଦଳର ବୈଠକ

ମାଲକାନଗିରି ୧୩/୧୧(ସଖପ୍ର ):ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଏକ ଦିନିଆ ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ଆସି କରୁକୋଣ୍ଡା ପଞ୍ଚାୟତ ସମିତି ବୈଠକରେ ଯୋଗ ଦେବା ସହ କରୁକୋଣ୍ଡା ବିଜୁ ଜନତା ଦଳ ଓ ବାଲିମେଳା ନଗର ବିଜୁ ଜନତା ଦଳର ସମସ୍ତ ବିଜୁ କର୍ମୀଙ୍କ ସହ ଦଳୀୟ ଆଲୋଚନା କରିଥିଲେ । ମାନ୍ୟବର ସାଂସଦ ସମସ୍ତ ଦଳୀୟ କର୍ମୀଙ୍କୁ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ୱାର୍ଡ ଠାରୁ ଆରମ୍ଭ କରି ବ୍ଲକ , ଏନ୍ ଏ ସି , ମୁନିସପାଲିଟିର ପ୍ରତ୍ୟେକ ୱାର୍ଡରେ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ। ସଭାପତି ,ସମ୍ପାଦକ ଓ ସଭ୍ୟ ସଭ୍ୟାଙ୍କୁ ସକ୍ରିୟ କରି ବିଜୁ ଜନତା ଦଳକୁ ସୁଦୃଢ ସଂଗଠନ କରି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ମାନ୍ୟବର ସାଂସଦ କର୍ମୀ ମାନଙ୍କୁ ଦଳୀୟ ଅଲୋଚନାରେ ବୁଝାଇବା ସହ ସାଧାରଣ ଲୋକଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏହି ଦଳୀୟ ବୈଠକରେ ଉପସ୍ଥିତ ଥିଲେ ମାନ୍ୟବର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ପୂର୍ଣ୍ଣ
ଚନ୍ଦ୍ର ବାକା , ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ପଣ୍ଡା , ଯୁବ ନେତା ତଥା ସରପଞ୍ଚ ବଂଶୀଧର ମୁଦୁଲି ,ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡ଼ମା ରାବା , ଯୁବ ନେତା ଜଗନ୍ନାଥ ମାଝୀ ,ସାଂସଦ ପ୍ରତିନିଧି ସତ୍ୟ ପାଣିଗ୍ରାହୀ ,ଲଢୁ ପାଣିଗ୍ରାହୀ ,ମଙ୍ଗଳା ପାଙ୍ଗି ,ବି .କାମେଶ୍ୱର ରାଓ ,ରଞ୍ଜନ ମହାରଣା ,ପୁର୍ଣ ଭତ୍ରା ,ସମନାଥ ବାରଷେ ,ତ୍ରିଲୋଚନ ଚୌଧୁରି ,ମାଧବ ସାବତ ,ମଦନ ଖୋସଲା ପ୍ରମୁଖଙ୍କ ସହ ଶତାଧିକ ସକ୍ରିୟ ବିଜେଡି କର୍ମୀ ଉପସ୍ଥିତ ଥିଲେ ।