02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରକୁଣ୍ଡା ବ୍ଲକ ପିଟାଗେଟା ଗ୍ରାମ ନିକଟସ୍ଥ ତମସା ନଦୀରେ ପୋଲ ନିର୍ମାଣ ବିଳମ୍ବ ହେତୁ ଲୋକ ହନ୍ତସନ୍ତ

ମାଲକାନଗିରି (ସ.ଖ.ପ୍ର ): ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ, ତୁମୁସାପାଲ୍ଲୀ ଗ୍ରା:ପ: ର ପିଟାଗେଟା ଗ୍ରାମ ନିକଟସ୍ଥ ତମସା ନଦୀରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଟ.୩, ୪୭,୯୩,୧୨୦/- ଙ୍କା ଅଟକଳ କରାଗଲା। ଏହି କାର୍ଯ୍ୟର ଟେଣ୍ଡର କେନ୍ଦୁଝର ଜିଲ୍ଲାର ପ୍ରଶାନ୍ତ ସାହୁ ନାମକ ବ୍ୟକ୍ତିକୁ ଦିଆଯାଇଛି କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ହେଲା ସେ ଏହି କାମ କୁ ଅନ୍ୟ ଠିକାଦାରକୁ ଦେଇ ଦେଇଛି। କାର୍ଯ୍ୟ ସ୍ଥାନରେ ଲାଗିରହିଥିବା ଫଳକ ଅନୁସାରେ ଏହି କାମର ଆରମ୍ଭ ତା.୩୦.୦୩.୨୦୧୬ରୁ ଆରମ୍ଭ କରାଗଲା ଓ କାମ ସମାପ୍ତର ଦିନ ଧାର୍ଯ୍ୟ ଲେଖା ହୋଇନି। ଫଳକରେ ଆଜକୁ ପ୍ରାୟ ପାଖାପାଖି ୫ ବର୍ଷ ହେବାକୁ ବସିଲାଣି କିନ୍ତୁ କାମ ଶେଷ ହେବାର ଦୃଶ୍ୟ ଦିଶୁନି। ଏଠାକାର ଲୋକ ମାନଙ୍କ କହିବା ଅନୁଯାୟୀ ଏହି ପୋଲ ତିଆରି ହେଲେ ଗୋରାଖୁଣ୍ଟା, ଶିଖାପାଲ୍ଲୀ, ତମସା, ତୁମୁସାପାଲ୍ଲୀ ଗ୍ରା:ପ: ଗୁଡିକ ସହିତ ମୂଖ୍ୟ ରାସ୍ତା କାଲିମେଳା ଯିବାକୁ ନିକଟତର ହେବ। ଲୋକମାନେ ଜଣପିଛା କୋଡ଼ିଏ ଟଙ୍କା ଓ ମୋଟରସାଇକେଲ୍ ନେଲେ ୩୦ ଟଙ୍କା ଦେଇ ଦେଶୀ ଡଙ୍ଗାରେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି। ଏ ବିଷୟରେ ସ୍ଥାନୀୟ ଜନସାଧାରଣ କହିବା ଅନୁଯାୟୀ ବାରମ୍ବାର ଏ ବିଷୟରେ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସମାଧାନ କରୁନାହାନ୍ତି।ଦେଖିବାକୁ ବାକିରହିଲା କେବେ ବାବୁ ଓ ଠିକାଦାରର ମଧୁଚନ୍ଦ୍ରିକା ଶେଷ ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *