01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଭିଡ19 ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବୀର ବିକ୍ରମ ଯାଦବ କମିଶନର ତଥା ଶାସନ ସଚିବଙ୍କ ରାୟଗଡା ଜିଲ୍ଲା ଗସ୍ତ

ରାୟଗଡ଼ାଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବୀର ବିକ୍ରମ ଯାଦବ ଜିଲ୍ଲା ଗସ୍ତରେ ଆସି କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ପରିଦର୍ଶନ କରିଛନ୍ତି । ରାୟଗଡ଼ା ବ୍ଲକର ମାଲିଗାଁ ,ବଡ଼ ଆଲୁବାଡି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଓ ଜେକେପୁରଠାରେ ପରିଚାଳିତ କୋଭିଡ ହେଲଥ ସେଣ୍ଟର ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ରାୟଗଡ଼ା ଜିଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ପିଡି ଡିଆରଡିଏ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ଆମ୍ରିତ ୠତୁରାଜ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ ଶ୍ରୀ ରାଜେନ୍ଦ୍ର ମାଝି,ଅତିରିକ୍ତ ବିଡ଼ିଓ ନୃସିଂହ ଚରଣ ପଟନାୟକ ଆଦି ଉପସ୍ଥିତ ଥିଲେ ।
ଏହା ପରେ ସ୍ଥାନୀୟ ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ସଭାଗୃହରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟତଃ କରୋନା ମୁକବିଲା ନିମନ୍ତେ ପ୍ରସ୍ତୁତି ଓ ଶ୍ରମ ଭିତିକ କାର୍ଯ୍ୟକ୍ରମ ଗୁଡିକ ବହୁଳ ଭାବରେ କର୍ଯ୍ୟକାରୀ ରଖିବା ନିମନ୍ତେ ନିର୍ଦେଶ ଦେଇଥିଲେ । ଯାହାଫଳରେ ବାହାରୁ ଫେରି ଆସୁଥିବା ଶ୍ରମିକ ମାନେ କର୍ମ ସଂସ୍ଥାନରେ କର୍ମନିଯୁକ୍ତି ପାଇ ରୋଜଗାର ପାଇବେ । ବିଶେଷ କରି ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ସଂସ୍ଥା କୃଷି କ୍ଷେତ୍ରରେ ,ଉଦ୍ୟାନ କୃଷିରେ, ଜଳବିଭାଜିକା ମିଶନ ,ମତ୍ସ୍ୟ ବିଭାଗ ,ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା, ନିର୍ମାଣ କୋଠାବାଡ଼ି,ଗ୍ରାମୀଣ ନିର୍ମାଣ ଆଦି ବିଭାଗ ତରଫରୁ କର୍ମ ସଂସ୍ଥାନ ଯୋଗାଇବା ଉପରେ ଗୁରୁତ୍ବ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ବେହେରା, ଆରକ୍ଷୀ ଅଧିକ୍ଷକ ରାୟଗଡ଼ା,ଡା.ଶ୍ରବଣ ବିଭେକ ଏମ, ଅତିରିକ୍ତ ଜିଲ୍ଲାପାଳ ତଥା ପିଡି, ଡିଆରଡି ଏ ଶ୍ରୀ ୠତୁରାଜ, ଉପଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉପ ନିର୍ଦେଶକ ଉଦ୍ୟାନ କୃଷି, ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦେଶକ ,ନିର୍ମାଣ କୋଠାବାଡି, ଗ୍ରାମୀଣ ନିର୍ମାଣ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *