କୋଭିଡ ହସ୍ପିଟାଲରେ ଡାକ୍ତରଙ୍କ ଅଭିନଵ ପ୍ରୟାସକୁ ପ୍ରଶଂସା…
ମାଲକାନଗିରି (ସ.ଖ.ପ୍ର):ଏବେ କରୋନା ଜନସାଧାରଣଙ୍କୁ ଡରାଇ ରଖିଛି |ଯେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି ସେମାନେ ମାନସିକ ଚାପରେ ରହୁଛନ୍ତି |ମୋର କଣ ହେବ, ମୋ ପରିବାରର କଣ ହେବ ଆଦି କଥାକୁ ନେଇ ସଂକ୍ରମିତ ଲୋକଟି ଚାପରେ ରହିଥିବାର ଦେଖିବାକୁ ମିଳିଛି |ଏହି ସବୁକୁ ଦୂରରେ ରଖିବା ପାଇଁ ମାଲକାନଗିରି କୋଭିଡ ହସ୍ପିଟାଲ ଡାକ୍ତର ପ୍ରିୟବ୍ରତ ଦାସ ଏକ ଉପାୟ ବାଛିଛନ୍ତି |ସେ ଆକ୍ରାନ୍ତଙ୍କୁ ନିଜ ଗୀତ ମାଧ୍ୟମରେ ଉତ୍ସାହିତ କରୁଛନ୍ତି |ସେ ସେମାନଙ୍କୁ ” ହମ ହୋଂଗେ କାମିୟାବ, ହମ ହୋଂଗେ କାମିୟାବ ଏକ ଦିନ “ଗୀତ ଗାଇ ଶୁଣାଉଛନ୍ତି |ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ତାଙ୍କ ସହ ଗାଉଛନ୍ତି |ସେମାନେ ଡାକ୍ତରଙ୍କ ଏହି ପ୍ରୟାସରେ ଖୁସି ହୋଇ କିଛି ମାତ୍ରାରେ ଚାପମୁକ୍ତ ହେଉଛନ୍ତି |ଆକ୍ରାନ୍ତ ବ୍ୟକ୍ତିମାନେ ଡାକ୍ତର ଆମ ମାନଙ୍କ ପାଇଁ ଭଗବାନ ବୋଲି କହିଛନ୍ତି |ଡାକ୍ତରଙ୍କ ଏହି ଅଭିନଵ ପ୍ରୟାସକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି |