05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅମ୍ଳଜାନରେ ସଜ୍ଜିତ କରାଗଲା

ରାୟଗଡା ୧୯/୬ : କୋଭିଡ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ଥାନୀୟ ଜେକେପୁର ଠାରେ ପରିଚାଳିତ ହେଉଅଛି । ୧୧୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲଟି ଗତ ଅପ୍ରେଲ ମାସ ୧୨ତାରିଖରେ ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ଏହି କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର,5ଟି ସଚିବ ଶ୍ରୀ କାର୍ତ୍ତିକେୟନ ପାଣ୍ଡିଆନ ଆସି ପରିଦର୍ଶନ କରିଥିଲେ । ହେଲେ ଏହି ହସ୍ପିଟାଲରେ ICU ଏବଂ ଅମ୍ଳଜାନ(oxizen)ରେ ଵ୍ୟଵସ୍ଥା ହୋଇନଥିବାରୁ ଏଠାରେ ରୋଗୀଙ୍କୁ ରଖି ଚିକିତ୍ସା କରିବା ଅସୁବିଧା ହେଉଥିବାରୁ ଜିଲ୍ଲାର ରୋଗୀଙ୍କୁ ଅନ୍ୟ ଜିଲ୍ଲାକୁ ପଠାଇ ଦିଆଯାଉଥିଲା । ବର୍ତ୍ତମାନ ହସ୍ପିଟାଲରେ ଆଜିଠାରୁ ଅମ୍ଳଜାନ ଉତ୍ପାଦନ କରି ସଜ୍ଜିତ କରଯାଇ ଆଇସିୟୁ ଓ।ର୍ଡ଼କୁ ଯୋଗାଇ ବା ନିମନ୍ତେ ସଜ୍ଜିତ କରାଯାଇଅଛି ।
ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ରପଣ୍ଡା , ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା.ଆର୍ତ୍ତବନ୍ଧୁ ନାୟକ, ପି.ଏ.ଆ.ଇ.ଟି. ଡି. ଏ.ରାୟଗଡ, ଶ୍ରୀ ଟୁକୁ ବାରିକ,ଡି.ପି.ଏମ ଶ୍ରୀ ରାଜେଶ ପଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଅମ୍ଳଜାନ ଉତ୍ପାଦନ ଆରମ୍ଭ କରାଯାଇଥିଲା।
ଏହି ଅମ୍ଳଜାନ ଉତ୍ପନ୍ନ କେନ୍ଦ୍ର ଓ ଆଇସିୟୁ ଯୋଗୁଁ ରୋଗୀଙ୍କୁ ଏଠାରେ ରଖୀ ଚିକିତ୍ସା କରାଯାଇ ପାରିବ ।

ଜିଲ୍ଲାପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *