12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଭିଡ ଯୋଦ୍ଧା ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ ରାୟଗଡା ଠାରେ ଶୋକସଭା ଅନୁଷ୍ଠିତ

ରାୟଗଡା:- ୨୮/୭- ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଆଧ୍ୟକ୍ଷତାରେ ଆଜି ଜିଲ୍ଲାର ଓଡ଼ିଶା ପ୍ରଶାସନିକ ସେବା ସଙ୍ଘ ରାୟଗଡା ଶଖା ତରଫରୁ କୋରୋନା ଯୋଦ୍ଧା ତଥା ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ଅକାଳ ବିୟୋଗରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭା ଗୃହରେ ଏକ ଶୋକ ସଭା ଅନୁଷ୍ଠିତ ହୋଥିଲା । ଓଡ଼ିଶା ପ୍ରଶାସନିକ ସେବା ସଙ୍ଘ ରାୟଗଡା ଶାଖାର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ,ରାୟଗଡା ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ଭାଷଣରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କୋରୋନା ଯୋଦ୍ଧା ସ୍ୱର୍ଗୀୟ କରୁଣାକର ରାଇକ।ଙ୍କ ଜୀବନାଦର୍ଶ ଓ କର୍ମମୟ ଜୀବନରଗୁଣବଳୀ ଉପରେ ଆଲୋକପାତ କରିଥିଲେ ଓ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏହ।ପରେ ସ୍ୱର୍ଗତ ରାଇକାଙ୍କ ତୈଳ ଚିତ୍ରରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କର।ଯାଇଥିଲ। । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପାଳ ଶ୍ରୀ ବେହେରା ସ୍ୱର୍ଗତ ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ନିଜର ବକ୍ତବ୍ୟରେ କହିଲେ ଯେ ସ୍ୱର୍ଗତ ରାଇକା ଜଣେ ଆମୟୀକ ଓ କର୍ତ୍ତବ୍ୟ ନିଷ୍ଟ ବ୍ୟକ୍ତି ଥିଲେ ଯିଏ କୋରୋନା ବିରୁଦ୍ଧରେ ସଂଗ୍ରାମ କରି ନିଜର ଦେହ ତ୍ୟାଗ କରିଛନ୍ତି । ଆମେ ସମସ୍ତେ ସଂଗ୍ରାମ କରୁଛୁ ସମସ୍ତେ ସତର୍କତା ଅବଲମ୍ବନକରି ସଂଗ୍ରାମ ଜାରି ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ପ୍ରକାଶ ଥାଉକି ସ୍ୱର୍ଗତ ରାଇକା ରାୟଗଡା ଜିଲ୍ଲା ଓ ଜନସାଧାରଣଙ୍କ ସହିତ ଓତଃପ୍ରତ ଭ।ବରେ ଜଡିତ ଥିଲେ। ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ।ଳୟରେ ରାଜସ୍ଵ ଅଧିକାରୀ ଭ।ବରେ ୨୦୦୪ ରୁ ୨୦୦୬ ମସିହାରେ ଓ ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ପ୍ରଶାସକ ଭାବରେ ୨୦୧୧ମସିହାରୁ ୨୦୧୭ ମସିହା ଯାଏଁ ନିଷ୍ଠାପର ଭ।ବରେ କାର୍ଯ୍ୟ ତୁଲାଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ର।ଇକାଙ୍କ ସହିତ ଯେତେଭି କୋରୋନା ଯୋଦ୍ଧା
ଓ ଜନସାଧାରଣ କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନିରୋବ ପ୍ରାର୍ଥନା କରିଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସମେତ ପ୍ରକଳ୍ପ ପ୍ରଶାସକ, ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ଶ୍ରୀ ଗୋରାଚନ୍ଦ ଗୋମଙ୍ଗ, ଉପଜିଲ୍ଲାପାଳ, ରାୟଗଡା ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ, ବିଡ଼ିଓ ରାୟଗଡା ଶ୍ରୀ ରାଜେନ୍ଦ୍ର ମାଝୀ,ବିଡ଼ିଓ କଲନାରା ଶ୍ରୀ ତାପସ କୁମାର ଭୋଇ,ତହସିଲଦାର, ରାୟଗଡା ଶ୍ରୀ ଉମାଶଙ୍କର ବେହେରା, ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ର, ଓଡ଼ିଶା ପ୍ରଶ।ସନିକ ସେବା(ଓ ଏ ଏସ ଆଶ୍ସୋସିଏସନ ) ସଙ୍ଘର ସଦସ୍ୟ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *