01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଭିଡ ନିୟମ ପାଳନ କରି ରାୟଗଡାରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ

ରାୟଗଡା୧୦/୦୭(ସଖପ୍ର): ଆଜି କୋଭିଡ ନିୟମକୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ୱାବଧାନରେ ରାୟଗଡା ସିଭିଲ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକଅଦାଲତରେ ରାୟଗଡା ମୁଖ୍ୟ କୋର୍ଟ ସମେତ ଗୁଣପୁର, ଵିଷମ କଟକ, କାଶୀପୁରରେ ଦୀର୍ଘ ଦିନଧରି ପଡିରହିଥିବା ୬୬ଟି ମାମଲାର ଫଇସଲା ହୋଇ ଜୋରୀମାନା ବାବଦକୁ ଟ69,68,885/-ଙ୍କା(ଅଣସ୍ତରି ଲକ୍ଷ ଅଠଷଠି ହଜାର ଆଠ ଶହ ପଂଚାଅଶୀ)ଟଙ୍କା ଆଦାୟ ହୋଇଛି। ଏହି ଲୋକଅଦାଲତ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା଼ ଜଜ ଶ୍ରୀ ମଳୟ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାୟୀ ଲୋକଅଦାଲତର ଅଧକ୍ଷ ହିମାଂଶୁ ଶେଖର ବ୍ରହ୍ମା, ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ, ରେଜିଷ୍ଟ୍ରର ଶ୍ରୀମତୀ ପ୍ରତିମା ପାତ୍ର, ବରିଷ୍ଠ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ, ବରିଷ୍ଠ ଦିୱାନୀ ବିଚାରପତି ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ମହିଳା କୋର୍ଟର ବିଚାରପତି ଶ୍ରୀମତୀ ସୋନାଲ ଶର୍ମା,ଅନୁବିଭାଗୀୟ ଦଣ୍ଡାଧୀକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ନ୍ୟାୟଧିକାରୀ ଗ୍ରାମ୍ୟନ୍ୟାୟାଳୟ ଶ୍ରୀମତୀ ସୁବାସିନୀ ବେହେରା,ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ, ଶ୍ରୀ ଗୁରିଚରଣ ଜେନାମଣୀ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟସରକାରଙ୍କର କୋଭିଡ ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷାକରି ଲୋକମାନେ ଏହି ଲୋକଅଦାଲତରେ ଅଂଶଗ୍ରହଣ କରିଥିଲେ।


ରାୟଗଡା ପ୍ରତିନିଧି ଅମୂଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *