କୋଭିଡ କଟକଣା ଉଲଙ୍ଘନ କରି ବିବାହ କାର୍ଯ୍ୟକ୍ରମ
ଜୟପୁର(ସଖପ୍ର):କରୋନାର ଦ୍ଵିତୀୟ ଲହରୀରେ ସାରା ଭାରତ ଏବେ ଚିନ୍ତିତ। ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ଯେପରି ବୃଦ୍ଧି ପାଉଛି ଏହାକୁ ନେଇ ଜନଜୀବନ ପ୍ରଭାବିତ ହୋଇପଡିଛି।ଏହା ସାଙ୍ଗକୁ ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ଯେପରି ହଜାର ହଜାର ସଂଖ୍ୟାରେ ବୃଦ୍ଧି ପାଉଛି, ସେହିପରି ରାଜ୍ୟରେ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।କରୋନାର ଦ୍ଵିତୀୟ ଲହରୀକୁ ନେଇ ଛୋଟରୁ ବଡ ପର୍ଯ୍ୟନ୍ତ ଏବେ ଭୟଭୀତ। କରୋନା ସଂକ୍ରମଣ ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କରୋନା ବର୍ତ୍ତମାନ ଘାତକ ରୂପ ନେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟ୍ ଡାଉନ୍ ମଧ୍ୟ ଘୋଷଣା କରିଛନ୍ତି। କରୋନା ଦାଉରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ାକଡ଼ି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲେ ମଧ୍ୟ କେତେକ ଅମାନିଆ କରୋନାକୁ ମାନୁ ଥିବା ଦେଖିବାକୁ ମିଳିଛି। ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଚାର ଗାଁ ଠାରେ।
ଚାର ଗାଁ ଠାରେ ଖୁଲମଖୁଲା କୋଭିଡ ନିୟମ ଉଲଘଂନ କରି ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହଜାରରୁ ଅଧିକ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିଲେ। ସାମାଜିକ ଦୂରତ୍ବ ଦେଖିବାକୁ ମିଳି ନଥିଲା , କୈାଣସି ଲୋକଙ୍କ ମୁହଁରେ ମାସ୍କନ ଥିଲା। ଏହିପରି ଭାବେ ଚାଲିଥିଲା ବିବାହ କାର୍ଯ୍ୟକ୍ରମ। କୈାଣସି ଏକ ସୂତ୍ରରୁ ଖବର ପାଇ ଏହି ବିବାହ କାର୍ଯ୍ୟକ୍ରମରେ ଏକ ପୋଲିସ ଟିମ ଧରି ପହଞ୍ଚି ଥିଲେ ବୋରିଗୁମ୍ମା ଥାନା ଅଧିକାରୀ ଶ୍ରୀ ସଞ୍ଜୟ ମଣ୍ଡଳ। ପୋଲିସ ଗାଡ଼ିକୁ ଏବଂ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇ ଦୈାଡି ପଳାଇଥିଲେ କେତେକ ଲୋକ। କୋଭିଡ ନିୟମ ଉଲଘଂନ କରିଥିବା ଯୋଗୁଁ ୧୦ ହଜାର ଟଙ୍କା ଫାଇନ ଆଦାୟ କରିଥିବା ଥାନା ଅଧିକାରୀ କହିଛନ୍ତି।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ