03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଭିଡ୧୯ ଟୀକା କରଣ କାର୍ଯ୍ୟ ଆରମ୍ଭ ହେବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ‘ସବୁବର୍ଗ ଖବର’ତରଫରୁ ପ୍ରଶଂସା

କୋରାପୁଟଜିଲ୍ଲା: ବିଶ୍ୱ ମହାମାରୀ କୋଭିଡ-19ର ପ୍ରଭାବରେ ସାରା ଦେଶର ସମସ୍ୟା ବହୁତ ଅସ୍ତ ବ୍ୟସ୍ତ ହୋଇ ପଡ଼ିରହିଛି। ଆମ ଭାରତ ସରକାର କୋଭିଡ ମହାମାରୀରୁ ମୁକୁଳିବା ପାଇଁ ଯେଉଁ ସବୁ ପ୍ରଚେଷ୍ଟା ଜାରି ରଖିଛନ୍ତି ଏଥି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆମ ‘ସବୁବର୍ଗ ଖବର’ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ ପ୍ରଶଂସା, ତତ ସଙ୍ଗେ ଆମ ରାଜ୍ୟର ବିଭିନ୍ନ ସ୍ବେଛାସେବୀ ସଂଗଠନ, ସମାଜସେବୀ ସଂଗଠନ,ସ୍ୱାସ୍ଥ୍ୟସେବା କର୍ମୀ, ରାଜ୍ୟ ଓ ଜିଲ୍ଲା ପ୍ରଶାସନର କୋଭିଡ ଯୋଦ୍ଧା ମାନଙ୍କୁ ଅଶେଷ ଧନ୍ୟବାଦ ଏବଂ ଆମ ସମସ୍ତ ମିଡ଼ିଆ ଭାଇ ମାନଙ୍କୁ ମଧ୍ୟ, କୋଭିଡ ସମୟରେ ପ୍ରତ୍ୟେକ କୋଣ ଅନୁକୋଣରୁ ନିଷ୍ଠାପରତା ଭାବେ ସମ୍ବାଦ ପରିବେଷଣ କରି ନିଜକୁ ମଧ୍ୟ କୋଭିଡ ଯୋଦ୍ଧା ରୂପେ ଗଣମାଧ୍ୟମର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଲୋକଙ୍କ ଆଶା ଓ ଆକାଂକ୍ଷାକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି। ଏଣୁ ଆମ ସମସ୍ତ ଗଣମାଧ୍ୟମ ଭାଇ ମାନଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ଏହି ମହାମାରୀରେ ଯେଉଁମାନେ ନିଜ ଜୀବନକୁ ହାରି ଦେଶର ସୁରକ୍ଷାରେ ନିଜ ଜୀବନକୁ ଅର୍ପଣ କରିଛନ୍ତି ସେମାନଙ୍କୁ ଆମ ‘ସବୁବର୍ଗ ଖବର’ ପରିବାର ତରଫରୁ କୋଟି କୋଟି 🙏ପ୍ରଣାମ,
ଯାହାହେଉ ଆଜି ଆମ ଦେଶବାସୀଙ୍କ ପାଇଁ ବହୁତ ବଡ଼ ଖୁସିର ଦିନ, ଭାରତ ସରକାର ଆଜି ତାରିଖ :-16/01/2021,ରେ ଏକ ଐତିହାସିକ ଟୀକା କରଣ କାର୍ଯ୍ୟ ଆରମ୍ଭ କରୁଛନ୍ତି, ଚାଲ ଆମେ ସମସ୍ତେ ଟୀକା ନେଇ ନିଜକୁ କୋଭିଡ ମହାମାରୀରୁ ମୁକ୍ତ କରିବା ସହ ଏକ ନୂତନ ଭାରତର ପରିଚୟ ସୃଷ୍ଟି କରିବା,💐ଜୟ ଜଗନ୍ନାଥ💐,
ଆପଣଙ୍କ ‘ସବୁବର୍ଗ ଖବର’ର ସାମ୍ବାଦିକ. ଗଜେନ୍ଦ୍ର କୁମାର ସାହୁ,

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *