କୋଭିଡି-୧୯ ମହାମାରୀ ଜନ ସଚେତନତା କାଯ୍ୟକ୍ରମ ଅଭିଯାନ
ବାଲେଶ୍ବର,୧/୮- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ-୨ ଗ୍ରାମପଂଚାୟତର ଅନେକ ସ୍ଥାନରେ କୋଭିଡି-୧୯ ମହାମାରୀ ଜନ ସଚେତନତା କାଯ୍ୟକ୍ରମ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ସମାଜସେବୀ ଶ୍ରୀ ସତ୍ୟବ୍ରତ ନାରାୟଣ ବେହେରାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ମହାମାରୀ ଲକ୍ଷଣ, ଭୟବହତା, ପ୍ରତିକାର ବିଷୟରେ ଆଲୋଚନା ହେବା ସହିତ ଆତ୍ମନିର୍ଭରଶୀଳତା, ସ୍ବଦେଶୀ ଶୈଳୀରେ ବଂଚିବାର ଆବଶ୍ୟକତା, ସ୍ୱଚ୍ଛତା, ପାଇଖାନାର ବ୍ୟବହାର, ନିଶା ନିବାରଣ ତଥା ସରକାରଙ୍କର ବିଭିନ୍ନ ହିତାଧିକାରୀ ଯୋଜନା ବିଷୟରେ ଜନ ସଚେତନତା ଆଲୋଚନା ଅନୁଷ୍ଠିତ ହେଲା । ଏଥିରେ ଶ୍ରୀ ବେହେରା କୋଭିଡି-୧୯ ମହାମାରୀଠୁ ସୁରକ୍ଷିତ ରହିବାର ମହାମନ୍ତ୍ର ଶିକ୍ଷା ଦେଇଥିଲେ ଏବଂ ଲୋକମାନଙ୍କୁ ସାବୁନ, ମାସ୍କ ଇତ୍ୟାଦି ବଣ୍ଟନ କରିବା ସହିତ ହାତଧୁଆ କାର୍ଯ୍ଯକ୍ରମ କରାଇଥିଲେ । ଏହି ଜନ ସଚେତନତା କାଯ୍ୟକ୍ରମକୁ ସେ ଦୀର୍ଘ ତିନି ମାସ ଧରି ନିଜ ପେନସନ ରାଶିରେ କରୁଛନ୍ତି ଏବଂ ଏ ପର୍ଯ୍ୟନ୍ତ ଖଇରା ଓ ସିମିଲିଆ ବ୍ଲକର ୪୫ଟି ଗ୍ରାମ ପଂଚାୟତରେ ଅନେକ ଗ୍ରାମରେ କରି ସାରିଲେଣି ବୋଲି ଗଣମାଧ୍ୟମକୁ ସ୍ବଚନା ଦେଇଛନ୍ତି । ଜନସମାଜକୁ ଭଲ ପାଇବା ଏବଂ ଆମ ଦେଶ ମାତୃକା ପ୍ରତି କର୍ତ୍ତବ୍ୟନିଷ୍ଠାକୁ ଜନ ସାଧାରଣରେ ଅତ୍ୟନ୍ତ ପ୍ରଶଂସା କରାଯାଇଛି ।
ଏହି କରୋନା ମହାମାରୀରେ ଅନେକ ଲୋକଙ୍କ ଜୀବନ ଜୀବିକା ବ୍ୟାହତ ହଇଛି ଏବଂ ଅନେକ ଲୋକ ଚିନ୍ତାଗ୍ରସ୍ତ ହାଇପଡ଼ିଛନ୍ତି କେମିତି ଘର ପରିବାରକୁ ଦୁଇମୁଠା ଖାଇବାକୁ ଦେବେ,ଏହି ସମୟରେ ଶ୍ରୀ ବେହେରା ସେମାନଙ୍କର ସାହସ ବଢ଼ାଇଛନ୍ତି ଏବଂ କେମିତି ସ୍ବେଦେଶୀ ଉପାୟରେ ସ୍ୱବଲମ୍ବି, ରୋଜଗାର କ୍ଷମ ହାଇପାରିବେ ସେହି ମୂଳ ମନ୍ତ୍ର ପ୍ରଧାନ କରୁଛନ୍ତି । ତାଙ୍କର ଏହି ଅଭିଯାନ ଆଗକୁ ଜାରି ରଖିବେ ବୋଲି ସେ ଦୃଢନିଷ୍ପତ୍ତ ନେଇଥିବା ପ୍ରକାଶ କରିଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ