12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟି କୋଟି ଟଙ୍କାର ରାଜସ୍ବ ହାନୀ,ପଥର ଖାଦନରୁ ପଥର ଲୁଟିଲେ ମାଫିଆ

ରାୟଗଡାଜିଲ୍ଲା (ସଖପ୍ର) : ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ରାମନାଗୁଡ଼ା ତହସିଲ ଅଧୀନରେ ଗଗୁପାଡୁ ରାଜସ୍ବ ଅଧୀନରେ ରହିଥିବା ସିଖାଝୋଲା ପଥର ଖାଦନରୁ ପଥର ମାଫିଆ ବେନିୟମ ଭାବେ ଦୀର୍ଘ 6ବର୍ଷ ଧରି ପଥର ଲୁଟ କରି କ୍ରସର ଚଳାଇ ଆସୁଛନ୍ତି । ରାମନାଗୁଡ଼ା ଠାରୁ ମାତ୍ର 10କିଲୋମିଟର ବ୍ୟବଧାନରେ ବେଧଡକ ଭାବେ ପଥର ଖୋଳା ଚାଲିଛି। ରାଜସ୍ବ ବିଭାଗ କର୍ମଚାରୀ କିପରି ଜାଣିପାରଲେ ନାହିଁ ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଦୀନେଶ କୁମାର ସିଂ ନାମକ ଏକ ବ୍ୟକ୍ତି ଶିବାନନ୍ଦ ଷ୍ଟୋନ କ୍ରସର ଗୁଲୁଣ୍ଠି ପଂଚାୟତର ସୋରିଷପଦର ଠାରେ 2014ମସିହାରୁ ଆରମ୍ଭ କରିଛି। ଶିଖାଝୋଲା ପଥର ଖାଦନରୁ ପଥର ଫୁଟାଇ ପଥର ନେଇ କ୍ରସର ଚଳାଇ ଆସୁଥିବା ସମୟରେ ସିଖାଝୋଲା ଗ୍ରାମ ବାସୀ ତାଙ୍କ ଗ୍ରାମରେ ପଥର ଆସି ପଡୁଥିବା ନେଇ ରାମନାଗୁଡ଼ା ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ଗତ ବର୍ଷ ଦିନେଶ କୁମାର ସିଂ ଙ୍କ ଠାରୁ ଏମ ଆର ନଂ 127291 ତାରିଖ 11.02.2019ରେ ଏକ ଲକ୍ଷ ଟଙ୍କା ଜୋରୀମାନା ଆଦାୟ କରିଥିଲେ। ଗତ କିଛିଦିନତଳେ ଏହି ଶିବାନନ୍ଦ କ୍ରସର ନାମରେ କିଛି ଖବର କାଗଜରେ ଖବର ପ୍ରସାରଣ ପରେ ତହସିଲ କାର୍ଯ୍ୟାଳୟରୁ ଚିଠି ନଂ 948ତାରିଖ 06.06.20ରେ ଶିବାନନ୍ଦ କ୍ରସର ମାଲିକଙ୍କୁ ନୋଟିସ ଜାରୀ କରାଯାଇଛି। ସୂଚନା ଆଧାର ଅନୁଯାୟୀ ରାମନାଗୁଡ଼ା ତହସିଲ କର୍ଯ୍ୟାଳୟ ପତ୍ର ସଂଖ୍ୟା 1150, ତାରିଖ 20.07.20 ରେ ଜଣାଇଛନ୍ତି ଯେ ତୁମ୍ବକୋନା ଗ୍ରାମର ଖାତା ନଂ 21ପ୍ଲଟ ନଂ 13 ପର୍ବତ କିସମରୁ 2ଏକର ଲିଜ ସୂତ୍ରେ ଶ୍ରୀ ଚନ୍ଦ୍ରଶେଖର ପାଣିଗ୍ରାହୀଙ୍କୁ 2019 ରୁ 2023ପର୍ଯ୍ୟନ୍ତ ଦିଆଯାଇଛି କିନ୍ତୁ ପରିବେଶ ସୁରକ୍ଷା କ୍ଲିଏରେନ୍ସ ମିଳିନଥିବାରୁ ପଥର ଖନନ ଆରମ୍ଭ ହୋଇନାହିଁ । ଶିବାନନ୍ଦ ଷ୍ଟୋନ କ୍ରସର ମାଲିକ ଦୀନେଶ କୁମାର ସିଂ ଙ୍କୁ କୌଣସି ପଥର ଖନନ ପାଇଁ ଲିଜ ଦିଆଯାଇନି। ଗତ 2014ରୁ ଅଦ୍ୟାବଧି କ୍ରସର ଚାଲିବା ପାଇଁ ଠିକ ସେହିପରି ଜିଲ୍ଲାପାଳଙ୍କ ଜୁଡ଼ିସିଆଲ ବିଭାଗ ପତ୍ରନଂa 1650xxx32/2020 ତାରିଖ 15.07.20ରେ ଜିଲ୍ଲାରେ ସମୁଦାୟ 45ଗୋଟି ଷ୍ଟୋନ କ୍ରସରକୁ ନୋ ଅବଜେକ୍ସନ ସାର୍ଟିଫିକେଟ ଓ 10ଗୋଟି କ୍ରସରକୁ ବିସ୍ପୋରକ ଲାଇସେନ୍ସ ଦିଆଯାଇଛି କିନ୍ତୁ ଏହି ଲିଷ୍ଟରେ ଶିବାନନ୍ଦ ଷ୍ଟୋନ କ୍ରସରରେ ନୋ ଅବଜେକ୍ସନ ସାର୍ଟିଫିକେଟ ଦିଆଯାଇଛି କିନ୍ତୁ ବିସ୍ପୋରକ ଲାଇସେନ୍ସ ନାହିଁ । କିପରି ସେ ପଥରକୁ ବ୍ଲାଷ୍ଟିଙ୍ଗ କରି କ୍ରସର ଦୀର୍ଘ 6ବର୍ଷ ଧରି ଚଳାଇ ଆସୁଥିଲେ? ରାଜସ୍ବ ବିଭାଗ କି ପୋଲିସ ବିଭାଗ କିପରି ଏହାର ଆଭାସ ପାଇ ପାରିଲେ ନାହିଁ ଆଶ୍ଚର୍ଯ୍ୟର ବିଷୟ । ଠିକ ସେହିପରି ରାଜ୍ୟ ପ୍ରଦୂଷଣ ବିଭାଗ ରାୟଗଡାଙ୍କ ପତ୍ର ସଂଖ୍ୟା 1271 ରେ ଜ଼ିଲ୍ଲାରେ ସର୍ବମୋଟ 33ଗୋଟି ପଥର କ୍ରସରକୁ ପ୍ରଦୁଷଣ ସାର୍ଟିଫିକେଟ ଦିଆଯାଛି କିନ୍ତୁ ସେଥିରେ ଶିବାନନ୍ଦ କ୍ରସରର ନାମ ନାହିଁ । ବିଦ୍ୟୁତ ବିଭାଗକୁ ମେ ମାସ ଶେଷ ସୁଦ୍ଧା 13, 11584 ଟଙ୍କା ବକେୟା ରହିଥିବା ଜଣାପଡ଼ିଛି । ସେଥିପାଇଁ ଗତ ଜୁନ ମାସରେ କ୍ରସରର ବିଦ୍ୟୁତ ସଂଯୋଗକୁ କାଟି ଦିଆଯାଇଛି । ଏଥି ମଧ୍ୟରେ ରାମନାଗୁଡ଼ା ତହସିଲଦାର ସିଖାଝୋଲା ମୋୖଜ଼ାର ଖାତା ନଂ 15 ପ୍ଲଟ ନଂ 55 ର ପର୍ବତ କିସମରୁ 2ଏକର ପଥର ଖାଦନ ପାଇଁ ସର୍ବସାଧାରଣ ବିଜ୍ଞାପନ ଜାରୀ କରିଛନ୍ତି । ରାମନାଗୁଡ଼ା ଠାରୁ ମାତ୍ର 10କିଲୋମିଟର ଦୂରରେ କିପରି ପଥର ଖନନ ଓ କ୍ରସର ଚାଲିଛି ? ରାଜସ୍ବ ବିଭାଗ ଜାଣି ପାରିଲେ ନାହିଁ ନା ଜାଣି ଶୁଣି ଚୁପ ରହିଲେ ! କ୍ରସର ମାଲିକ ବେନିୟମ ଭାବେ ପଥର ଖନନ କରି ମାଲାମାଲ ଅନ୍ୟ ପଟେ ସରକାରଙ୍କ ଲକ୍ଷାଧିକ ରାଜସ୍ବ ହାନୀ ଘଟିଛି। ଦୀର୍ଘ 6ବର୍ଷ ଧରି ଏଥିପାଇଁ ଦାୟୀ କିଏ ଏହାର ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *