06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟିଆରେ ଜିଲ୍ଲାପାଳ,କ୍ଷେତ ପୋଖରୀ ଜରିଆରେ ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କରାଯିବ

କୋରାପୁଟଜିଲ୍ଲା(ସଖପ୍ର): କୋରାପୁଟ ଜିଲ୍ଲାରେ କୋଟିଆ ଗ୍ରାମପୁଞ୍ଜରେ ଭିତିଭୂମିର ବିକାଶ ଚାଲିଛି । ଲୋକମାନଙ୍କର ଜୀବନଜୀବିକା ଉପରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଗୁରୁତ୍ୱ ଦେଇ କାର୍ଯ୍ୟଖସଡା ପ୍ରସ୍ତୁତ କାର୍ଯ୍ୟ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ କୋଟିଆରେ ଜୀବନଜୀବିକା କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର କୋଟିଆ ଗ୍ରାମପୁଞ୍ଜର ଜାନିଗୁଡା ଗ୍ରାମ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ଜଳବିଭାଜିକା ଦ୍ୱାରା ଜାନିଗୁଡା ଗ୍ରାମର ଚାଷୀ ବାସନା ଗେମେଲଙ୍କ ଜମିରେ କରାଯାଇଥିବା ପୋଖରୀ ପରିଦର୍ଶନ କରିଥିଲେ । ପୋଖରୀ ନିକଟରେ ଗ୍ରୀନହାଉସରେ କରାଯାଉଥିବା ବିଭିନ୍ନ ଚାରା ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । ବାସନା ଗେମେଲଙ୍କୁ ଏକ ମିନିବିହନ କିଟ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଜଳବିଭାଜିକା ଦ୍ୱାରା ୧୦୦ ଆମ୍ବ ,୨୦୦ କଦଳୀ ଓ ୩୦୦ ଅମୃତଭଣ୍ଡା ଚାରା ବାସନା ଗେମେଲଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । କୋଟିଆରେ ନିର୍ମାଣ କରାଯାଉଥିବା ଥାନାର କାର୍ଯ୍ୟ ମଧ୍ୟ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ପ୍ରୋବେସନାରୀ ଆଇଏଏସ ଭେଦଭୂଷଣ ,କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ,କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ,ସେମିଳିଗୁଡା ଏଏସସିଓ ସୁମନ ରାଉତ ,ପଟ୍ଟାଙ୍ଗୀ ଏସସିଓ ବି.ପାର୍ଥ ସାରଥି ,ଡବ୍ଲୁଏମଟି ମଂଜୁଲତା ପଟନାୟକ ,ଡିଓ ଶୁଭମ ପାତ୍ର ଓ ସମାଜସେବୀ ରଂଜିତ ପାଙ୍ଗୀ ଉପସ୍ଥିତ ଥିଲେ ।

ଏଥିପୂର୍ବରୁ ଜିଲ୍ଲାପାଳ ସେମିଲିଗୁଡା ବ୍ଲକର ପୁଟସିଲ ଗ୍ରାମରେ ଝରଣା ଉତ୍ସରେ କରାଯାଉଥିବା ପନିପରିବା ଚାଷ ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ଚାଷୀମାନେ ପନିପରିବା ବିକ୍ରୀ କରି ଲାଭବାନ ହେଉଥିବା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ପୁଟସିଲର ଉକ୍ତ ପ୍ରକଳ୍ପଟି କୃଷି କ୍ଷେତ୍ରରେ ସ୍କଚ ସିଲିଭର ପୁରସ୍କାର ପାଇଥିଲା।ସେମିଳିଗୁଡା ବ୍ଲକର ଦୁଧାରୀଠାରେ କରାଯାଇଥିବା ଚାରା ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। କ୍ଷେତ ପୋଖରୀ ଜରିଆରେ ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *