01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟପାଡ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସଦିବସ ପାଳିତ

କୋରାପୁଟଜିଲ୍ଲା/କୋଟପାଡ(ସଖପ୍ର): କୋଟପାଡ ସାମ୍ବାଦିକ ସଂଘ ପକ୍ଷରୁ କୋଟପାଡ ନୂଆବସଷ୍ଟାଣ୍ଡସ୍ଥିତ ସଂଘ କାର୍ଯ୍ୟାଳୟରେ କରୋନା କଟକଣାକୁ ମାନି ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ୧୯୬୬ ମସିହା ନଭେମ୍ବର ୧୬ତାରିଖ ପ୍ରେସ କାଉନସିଲ ଗଠନ ହୋଇଥିଲା। ଏହାର ମୁଖ୍ୟ ଲକ୍ଷଥିଲା ଭାରତୀୟ ଗଣମାଧ୍ୟମର ସମ୍ବାଦ ପରିବେଷଣରେ ସ୍ବଚ୍ଛତା ବଜାୟ ରହିବାକୁ ନିୟନ୍ତ୍ରିତ କରିବା। ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ସଂଘର ସଭାପତି ଆଲୋକପାତ କରିଥିଲେ। ସାମ୍ବାଦିକମାନେ ସତ୍ୟର ପୂଜାରୀ ତେଣୂ ସମ୍ବାଦ ପରିବେଷଣରେ ସତ୍ୟତା ରହିବା ନିହାତି ଜରୁରୀ। ଜନସାଧାରଣ ସବୁବେଳେ ଗଣମାଧ୍ୟମର ଖବରକୁ ବିଶ୍ବାସ କରିଥାନ୍ତି। ତେଣୂ ଖବର ପରିବେଷଣରେ କୌଣସି ତୃଟି ରହିବା ଉଚିତ ନୁହେଁ ବୋଲି “ସବୁବର୍ଗ ଖବର”ର ସଂପାଦକ ଚନ୍ଦ୍ରକାନ୍ତ ସୁତାର ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ସଚେତନ କରିଥିଲେ। ଆଗାଗୀ ଦିନରେ ସମ୍ବାଦ ପରିବେଷଣରେ ସ୍ବଚ୍ଛତା ବଜାୟ ରଖିବାକୁ ଉପସ୍ଥିତଥିବା ଗଣମାଧ୍ୟମର ପ୍ରତିନିଧିମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଜ୍ଞାନେନ୍ଦ୍ର ପଟନାୟକ,ଉପସଭାପତି ବସନ୍ତ ପେଗୋଡୋ,ସଂପାଦକ ଅଜିତ ପଟନାୟକ,ସହ ସଂପାଦକ ଭବାନୀ ପାଢୀ,କୋଷାଧ୍ୟକ୍ଷ ସନାତନ ଦାଶ, ଏକଜୁଟ ବଡି ମେମ୍ବର ହରିଶ ପଟନାୟକ,ଅମିତ ପରିଚ୍ଛା,ପଦ୍ମନ ବିଶୋୟୀ,ଲୋପାମୁଦ୍ରା ଦେବୀ,ଥବୀର ସୋମରଥ,ଅନୁପ ମିର୍ଦ୍ଦା,ପବନ ମହୁରୀଆ,ବିଜୟ ମିଶ୍ର,ଦେବୀପ୍ରସାଦ ବ୍ରହ୍ମା,ଦୟାରାମ ପନିକା, ଆଇନ ପରାମର୍ଶ ଦାତା ଗୁପ୍ତକୈଳାଶ ମହାନ୍ତି ଓ ରାମେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *