02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟପାଡ ବୃହଦାକାର ସମବାୟ ସମିତିରେ ଦୁର୍ନୀତି

କୋରାପୁଟଜିଲ୍ଲା(ସଖପ୍ର): କୋଟପାଡ ବହୁମୁଖୀ ସମବାୟ ସମିତିରେ ଏ ଅଞ୍ଚଳର ଚାଷୀମାନେ ନିର୍ଭର କରି ଚଳି ଆସୁଛନ୍ତି। ଧାନ କ୍ରୟ ବିକ୍ରୟ, ଋଣ ଦେଣ ନେଣ, ଖତ ସାର ପାଇଁ ଚାଷୀମାନେ ସମବାୟ ସମିତି ଉପରେ ନିର୍ଭର କରିତଥାନ୍ତି କିନ୍ତୁ ଦୁଃଖର ବିଷୟ କୋଟପାଡ ସମବାୟ ସମିତି ପାଇଁ ସରକାର ନିୟମିତ ପରିଚାଳନା ନିର୍ଦ୍ଦେଶକ (MD) ଦେଇନାହାଁନ୍ତି। ଯାହା ଫଳରେ ଏଠାରେ ବିଭିନ୍ନ ପ୍ରକାର ଅନିୟମିତତା ଦେଖିବାକୁ ମିଳୁଛି। ବର୍ତ୍ତମାନ ଧାନ ବିକ୍ରୟ ନିମନ୍ତେ ଚାଷୀମାନେ ପଞ୍ଜୀକରଣ କରିଛନ୍ତି କିନ୍ତୁ ପଞ୍ଜୀକରଣ ସମୟରେ ଚାଷମାନଙ୍କର ପ୍ରକୃତ ଖାତା, ପ୍ଲଟ ନମ୍ବର, ଜମିର ପରିମାଣ ପଞ୍ଜୀକରଣ ହୋଇଛି କି ନାହିଁ ତାହା (food odisha) farmer registration report ରେ ପ୍ରଦର୍ଶିତ ହେଉନାହିଁ। ଚାଷୀମାନଙ୍କର ପଟ୍ଟାକୁ ନେଇ ବେନାମୀ ଚାଷୀଙ୍କ ନାମ ଯୋଡି ଅର୍ଥ ଆତ୍ମସାତ କରୁଥିବା କିଛି ଚାଷୀ କହିଛନ୍ତି। କୋଟପାଡ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

କୋଟପାଡ ପ୍ରତିନିଧି ପଦ୍ମନାଭ ବିଶୋଇ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *