06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟପାଡ ଏନଏସିରେ ଅନଲାଇନରେ ଗୃହ ଟିକସ ଆଦାୟ

କୋରାପୁଟଜିଲ୍ଲା(ସଖପ୍ର): କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଏମ୍ପିଓଏସ୍ ମେସିନ୍ ମାଧ୍ୟମରେ ଗୃହ ଟିକସ ଆଦାୟ ଶୁଭାରମ୍ଭ ହୋଇଯାଇଛି । ବୁଧବାର N.A.C.କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକରଞ୍ଜନ ସାମନ୍ତରାୟ, କୋଟପାଡ଼ ଏକ୍ସିସ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ସାହୁ ଉପସ୍ଥିତ ରହି ଏମ୍ପିଓଏସ୍ ମେସିନର ଶୁଭାରମ୍ଭ କରିଥିଲେ ।ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଅନ୍ ଲାଇନ୍ ରେ ଟିକସ ଆଦାୟ ଶୁଭାରମ୍ଭ ହୋଇଥିବାରୁ ଏହାକୁ ସ୍ବାଗତ କରାଯାଇଛି । ଟିକସ ଦେବା ମାତ୍ରେ ରସିଦ ବାହାରି ଯାଉଛି ।ଅନ୍ୟମାନଙ୍କ ମଧ୍ୟରେ ମୂଖ୍ୟ କିରାଣି ଶ୍ରୀ ଏ. ସୀତାରାମାୟା, (ବବୁରୁ), ହିସାବରକ୍ଷକ ଶ୍ରୀ ପ୍ରଶାନ୍ତ କଚିମ୍, କୋଷାଧ୍ୟକ୍ଷ ଶ୍ରୀମତି କବିତା ବିଶ୍ବାଳ, ଟିକସ ସଂଗ୍ରାହକ ଶ୍ରୀ ସାନବାବୁ ମିଶ୍ରଙ୍କ ସମେତ ଏନ.ଏ.ସି. ଓ ବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *