କୋଟପାଡ଼ ଭତରା ସମାଜ ତରଫରୁ ମନ୍ତ୍ରୀଙ୍କ ଦ୍ଵାରା ଚାରା ରୋପଣ

କୋରାପୁଟ(ସଗପ୍ର): ୭୨ ତମ ବନ ମହୋତ୍ସବ ଦିବସ ଉପଲକ୍ଷେ କୋଟପାଡ଼ ଭତରା ସମାଜ ତରଫରୁ ଓଡ଼ିଶା ହସ୍ତ ତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଯୋଗ ଦେଇ ତାଙ୍କ କରକମଳରେ ବିଭିନ୍ନ ପ୍ରଜାତିର ଫୁଲ ଗଛ,,ଓ ଲିମ୍ୱ, ହରିଡା, ବାହାଡା, ଗିଲୋଇ ଇତ୍ୟାଦି ଗଛ ଲଗେଇ ଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଡିଏଫଓ ଜୟ ପୁର୍ ଏନ୍ ଏସ ଜେପି ସିଂ, ରେଞ୍ଜ ଅଧିକାରୀ ଲିପସିତା କଁଅର , ଟାଉନ ସଭାପତି ଆରିଫ ପୋଟେଲ୍,ଏନ୍ଏସି ମହିଳା ସଭାନେତ୍ରୀ ବିଦ୍ୟୁତ୍ ଲତା ବକ୍ସି, ୟୁଥ୍ ପ୍ରେସିଡେଣ୍ଟ ତପନ ପଟ୍ଟନାୟକ, ହେମନ୍ତ ପାତ୍ର, କୁଞ୍ଜ ବିହାରି ବୈଦ୍ୟ, ପ୍ରଶାନ୍ତ କୁମାର ସାହୁ, ଅଚ୍ୟୁତ ବକ୍ସି, ମନ୍ତ୍ରୀ ପ୍ରତିନିଧି ପ୍ରଦୀପ କୁମାର ବକ୍ସି, ବୀରେନ ବିଶୋଇ, ଜ୍ଞାନେନ୍ଦ୍ର ପଟ୍ଟନାୟକ ଏବଂ ଭତରା ସମାଜ ତରଫରୁ ଭୀମ ଭତରା ତଥା ଅନ୍ୟାନ୍ୟ ମାନେ ଉପସ୍ଥିତ ରହି କୋଟପାଡ଼ ଅଞ୍ଚଳକୁ ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ