କୋଟପାଡ଼ ବୁଣାକାର ପେଣ୍ଠସ୍ଥଳୀରେ ମଦ ଦୋକାନକୁ ବିରୋଧ

କୋରାପୁଟ(ସଖପ୍ର):କୋରାପୁଟ ଜିଲ୍ଲା ସୀମାନ୍ତ ଅଞ୍ଚଳ ହେଉଛି କୋଟପାଡ଼ ବ୍ଳକ କରୋନା ର ଭୟାବହ ଥିବାବେଳେ ନିଜ ସାହି ରେ ମଦ ଦୋକାନ କୁ ନା କରି ବିରୋଧ କରିବା ସହ ନିଜ ଅଞ୍ଚଳ ରେ ମଦ ମୁକ୍ତ କରିବାକୁ ସଜାଗ ହୋଇଛନ୍ତି କୋଡ଼ପାଡ଼ ବାସୀ।
ସୂଚନା ଅନୁଯାୟୀ ସହରରେ ଚଳିତ ବର୍ଷ ବିଦେଶିମଦ ଦୋକାନ ଖୋଲିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଟେଣ୍ଡର ପ୍ରକ୍ରିୟା ଧାର୍ଯ୍ୟ କରାଯାଇଥିଲା।ନୂତନ ଅବକାରୀ ନିୟମ ପ୍ରକାରେ ଲକ୍ଷେ ଟଙ୍କା ଲେଖାଏଁ ପୈଠ କରିବା ପାଇଁ ପ୍ରାୟ ୮୭ଜଣ ଭାଗ ନେଇ ଥିଲେ।ଉକ୍ତ ଟେଣ୍ଡର ରେ ଜଣେ ବିଡାର ପାଇବାକୁ ମନୋନୀତ ହୋଇଥିଲେ।ଏବଂ ଉକ୍ତ ଅବକାରୀ ନିୟମ ପ୍ରକାରେ ୯ ନମ୍ୱର୍ ୱାର୍ଡରେ ମଦ ଦୋକାନ ଖୋଲିବା ପାଇଁ ଧାର୍ଯ୍ୟ ହୋଇଥିଲାବେଳେ ଆଜି ସେହି ୱାର୍ଡର ଶ୍ରେଷ୍ଠ ବୁଣାକାର ତଥା ସମାଜସେବୀ ଓ ପଦ୍ମଶ୍ରୀ ଉପାଧି ପାଇଥିବା ଗୋବର୍ଦ୍ଧନ ପନିକା ନେତୃତ୍ୱରେ ସାହିର ଭଦ୍ରବ୍ୟକ୍ତି ଏବଂ ମହିଳା ମାନଙ୍କୁ ନେଇ କୋରାପୁଟ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପ୍ରଦାନ କରିବା ସହ କୋରାପୁଟ ଅବକାରୀ ବିଭାଗ , ଜିଲ୍ଲା ପୁଲିସ ବିଭାଗ କୋରାପୁଟ , ଜୟପୁର ଉପଜିଲ୍ଲାପାଳ ଯଥା ଭାରପ୍ରାପ୍ତ ଜିଲ୍ଲା ଅବକାରୀ ଅଧିକାରୀ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।

କାରଣ ଯେଉଁ ସ୍ଥାନରେ ମଦ ଦୋକାନ ଖୋଲା ଯାଉଛି ତାହାର ୨୦ମିଟର ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର , ୧୦ମିଟର ମଧ୍ୟରେ ସାହି ବାସିନ୍ଦା ଭରସା କରୁଥିବା ପାନୀୟ ଜଳ ନିମନ୍ତେ ନଳକୂପ ସହ ଜନ ବସତି ରହିଛି । ସେହି ମଦ ଦୋକାନ ପାଖରେ ପଦ୍ମଶ୍ରୀ ଉପାଧି ପାଇଥିବା ଗୋବର୍ଦ୍ଧନ ପନିକା ବାସ କରନ୍ତି । ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ହସ୍ତତନ୍ତ ସାମଗ୍ରୀ ନିମନ୍ତେ ଆସିଥାନ୍ତି । ଯଦି ଏହି ସାହିରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଏ ଆଗମୀ ଦିନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଏଥି ସକାଶେ ସାହିର ମହିଳା ପୁରୁଷ ଏକ ସ୍ଵରରେ ଏହାକୁ ଦୃଢ଼ ବିରୋଧ କରିଥିଲେ ଏବଂ କୌଣସି ମତେ ଆମ ସାହିରେ ଦେଶୀମଦ କିମ୍ବା ବିଦେଶୀ ମଦର ଦୋକାନ ଖୋଲିବାକୁ ଦେବୁନାହିଁ ବୋଲି ସ୍ୱର ଉତ୍ତୋଳନ କରି ଥିଲେ। ଯଦି ଖୋଲାଯିବ ତେବେ ଆମ ସାହିବସିନ୍ଦା ଏହାର ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ