କୋଟପାଡ଼ ବି.ଇ.ଓ ଙ୍କ ଦୁର୍ନୀତିକୁ ଡ଼ି.ପି.ସି ଙ୍କ ସମର୍ଥନ ଅଭିଯୋଗ
କୋରାପୁଟଜିଲ୍ଲା:(ସଖପ୍ର) କୋଟପାଡ଼ ବ୍ଲକରେ ସି.ଆର.ସି.ସି ନିଯୁକ୍ତିରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତି ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡୁଛି।ଏହି ବିଷୟରେ କିଛି ଖବର କାଗଜ ରେ ପ୍ରକାଶିତ ମଧ୍ୟ ହେଲାଣି। ସୂଚନା ଥାଉକି ୨୦୧୯ ମସିହା ଜୁଲାଇ ମାସ ୧୨ ତାରିଖ ର ଚିଠି ନଂ ୧୮୨୯/୧୯ ରେ କୋରାପୁଟ ଜ଼ୀଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଅଭିଯାନ, ଏକ ଚିଠି ଜ଼ୀଲ୍ଲାର ସମସ୍ତ ବ୍ଲକର ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଲେଖିଥିଲେ । ଚିଠିରେ ନୂଆରେ ସି.ଆର.ସି.ସି ନିଯୁକ୍ତି ସକାଶେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ଚିଠିରେ ସି.ଆର.ସି.ସି ନିଯୁକ୍ତି ପାଇଁ ଥିବା ନିୟମ ଅନୁସାରେ ଜଣେ ପୂର୍ବରୁ ୫ ବର୍ଷ ସିଆରସିସି ପଦରେ କାର୍ଯ୍ୟ କରି ସାରିଥିବା ପରେ ଆଉ ଥରେ ଉକ୍ତ ପଦ ପାଇଁ ଆବେଦନ କରି ପାରିବେ ନାହିଁ। କୌଣସି ଅଭିଯୋଗ ପରେ ବାହାର କରାଯାଇଥିବା ଶିକ୍ଷକ ଆବେଦନ କରି ପାରିବେ ନାହିଁ। ଏହି ନିୟମ କୁ ଅମାନ୍ୟ କରି ଯେଉଁ ଶିକ୍ଷକ ଆବେଦନ କରିବେ ସେମାନେ ଅଯୋଗ୍ୟ ବିବେଚିତ ହେବେ। ଏସବୁ ଯଥାଚିତ ଆବେଦନ ଗୁଡିକର ତଦନ୍ତ ନିଜେ ଗୋଷ୍ଟି ଶିକ୍ଷା ଅଧିକାରୀ କରି,ଜ଼ୀଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ କୁ ଆବେଦନ ଗୁଡିକ ପଠେଇବାର ଚିଠିରେ ଉଲ୍ଲେଖ ଅଛି।
ହେଲେ କୋଟପାଡ଼ ଗୋଷ୍ଟି ଶିକ୍ଷା ଅଧିକାରୀ ଏହି ସବୁ ନିୟମ କୁ ନମାନି, ଉକ୍ତ ପଦର ନିଯୁକ୍ତି ରେ ବ୍ୟାପକ ଅନିୟମିତତା କରିଥିବା ଖବର ମିଳିଛି। କୋଟପାଡ଼ ବ୍ଲକରେ ନିଯୁକ୍ତି ପାଇଥିବା ସିଆରସିସି ମାନଙ୍କ ମଧ୍ୟରୁ ଜଣେ କୁଆଡେ ପୂର୍ବରୁ ଏହି ପଦରେ ରହି ସାରିଛନ୍ତି।ତଥା କୌଣସି କାରଣରୁ ତାଙ୍କ ସିଆରସିସି ପଦ ହରାଇ ବସିଥିଲେ।ପୂର୍ବରୁ ଏହି ପଦରେ ଥିବା ସତ୍ତ୍ୱେ ତାଙ୍କ ଆବେଦନକୁ ପୁନର୍ବାର ଉକ୍ତ ପଦ ପାଇଁ ଗୋଷ୍ଟି ଶିକ୍ଷା ଅଧିକାରୀ କେମିତି ଅନୁମୋଦନ ପ୍ରଦାନ କଲେ, ତାହା ଶିକ୍ଷକ ମହଲରେ ଆଲୋଚନାର ବିଷୟ ପାଲଟିଛି।ପୁଣି କିଛି ନ ବୁଝି ଜ଼ୀଲ୍ଲା ପ୍ରକଳ୍ପ ସଂଯୋଜକ କେମିତି ସେହି ଶିକ୍ଷକ ଙ୍କୁ ନିଯୁକ୍ତି ଦେଲେ, ତାହାର ତଦନ୍ତ କରିବାର ଆବଶ୍ୟକତା ଅଛି।
ପ୍ରକୃତ ପକ୍ଷେ ଗୋଷ୍ଠି ଶିକ୍ଷା ଅଧିକାରୀ, ସରକାରୀ ନିର୍ଦେଶନାମାର ଜାଣିଶୁଣି ଚଞ୍ଚକତା କରି ପଦବୀ ସକାଶେ ଯୋଗ୍ୟତା ନଥିବା ବ୍ୟକ୍ତି ବିଶେଷଙ୍କ ନାମ ଅନୁମୋଦନ କରିବା ନିଶ୍ଚିତ ଭାବେ ଆଇନକୁ ଆଖିଠାର ସଦୃଶ ମନେ ହେଉଛି।ଆଉ ଏହାକୁ ଘଣ୍ଟ ଘୁଡାଇ ଚାଲିଛନ୍ତି ଜ଼ୀଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜ଼ୀଲ୍ଲା ଶିକ୍ଷା ଅଧିକାରୀ। ଯାହାର ଉଚ୍ଚ ସ୍ତରୀୟ ତଦନ୍ତ ହେବାର ଅଵଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ପୁଣି ସେହି ନିଯୁକ୍ତି ପର୍ଯ୍ୟାୟରେ ଜଣେ ଅଯୋଗ୍ୟ ବ୍ୟକ୍ତି ବିଶେଷ ବର୍ତ୍ତମାନ କୋଟପାଡ଼ ବ୍ଲକର ଏକ କ୍ଲଷ୍ଟରରେ କାର୍ଯ୍ୟରତ ଥିବା ନିଶ୍ଚିତ ଭାବରେ ଉପର ଅଧିକାରୀ ତଥା ସରକାରୀ ନିର୍ଦେଶନାମାର ଖୁଲା ଉଲଂଘନର ଏକ ନଗ୍ନ ନମୁନା।ଏଥି ପାଇଁ ଏହି ନିଯୁକ୍ତିର ପ୍ରଶାସନିକ ସ୍ତରରେ ନିରପେକ୍ଷ ଭାବେ ତଦନ୍ତ କରାଯାଇ, ଦାୟୀ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ସରକାରଙ୍କ ନିର୍ଦେଶନାମାକୁ ଉଲ୍ଲଙ୍ଘନ କରୁଥିବା ଅଧିକାରୀ ମାନଙ୍କ ମନୋବଳ ବୃଦ୍ଧିରେ ଯଥେଷ୍ଟ ସହାୟକ ହେବ।
କୋରାପୁଟ ଜ଼ୀଲ୍ଲାପାଳ ଏହାର ତଦନ୍ତ କରି ଦୋଷୀ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଏକ ଜନ ସ୍ୱାର୍ଥ ମାମଲା ଦାୟର କରି ଉଚ୍ଚତମ୍ମୋ ନାୟାଳୟ ର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ଚାଲିଛି।
କୋରାପୁଟରୁ ଭବାନୀ ପ୍ରସାଦ ପାଢୀଙ୍କ ରିପୋର୍ଟ