02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟପାଡ଼ ଅଞ୍ଚଳରେ ବେଧଡକ ବିଜୁଳିକାଟ ଜନସାଧାରଣ ହନ୍ତସନ୍ତ

କୋରାପୁଟଜିଲ୍ଲା: ମଣିଷ ସମାଜ ପାଇଁ ବିଜୁଳି ନିହାତି ଆବଶ୍ୟକ। ଆଉ ଠିକା ସଂସ୍ଥା ବିଜୁଳିସେବା ମଧ୍ୟ ଠିକ୍ ଭାବେ ଯୋଗାଇବାକୁ ପ୍ରତିଶ୍ରୂତିବଦ୍ଧ। ବର୍ତ୍ତମାନ ବିଭିନ୍ନ ସ୍କୁଲ, କଲେଜରେ ବାର୍ଷିକ ପରୀକ୍ଷା ଚାଲୁ ରହିଛି।ଭଲ ନମ୍ବର ରଖି ପାସ କରିବା ପାଇଁ ଛାତ୍ର ଛାତ୍ରୀ ଦିନ ରାତି କଷ୍ଟ ପଡୁଛନ୍ତି। ହେଲେ କୋଟପାଡ଼ ଅଞ୍ଚଳରେ ଏମାନଙ୍କ ଭବିଷ୍ୟତ ଗଢାରେ ବାଧକ ସାଜିଛି ବିଜୁଳି। ବିଜୁଳି ଖମ୍ବ ଏବଂ କେବୁଲ ଲଗାଇବା ଆଳରେ ଦିନ ତମାମ ବିଜୁଳି କାଟ କରାଯାଉଛି।ଦିନ ସମୟରେ ବିଜୁଳି କଟା ହେଲେ କିଛି ଅସୁବିଧା ହେଉ ନଥିବା ବେଳେ,ରାତିରେ ବାରମ୍ବାର ବିଜୁଳି କାଟ ଦ୍ୱାରା ପାଠ ପଢିବାରେ ବାଧା ଉପୁଜୁଛି। ଏପରି ବାରମ୍ବାର ବିଜୁଳି କାଟ ହେବା ଦ୍ୱାରା ଖାଲି ଛାତ୍ର ଛାତ୍ରୀଙ୍କୁ ଅସୁବିଧା ହେଉନି। ଏହା ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ବ୍ୟବସାୟରେ ମଧ୍ୟ କ୍ଷତି ହେଉଛି। ସନ୍ଧ୍ୟାରେ ବିଜୁଳି କାଟ ହେଲେ ବଡ ବ୍ୟବସାୟୀ ମାନେ ଇନଭେଟର ଲଗାଇ କାମ ଚଳାଇ ଦେଉଥିବା ବେଳେ ଛୋଟ ବ୍ୟବସାୟୀଙ୍କ ବେପାର ମାଡ ଖାଉଛି। ଗ୍ରାହକ ଦୋକାନକୁ ଆସୁ ନାହାନ୍ତି।ପୋଲ ପୋତି କେବୁଲ ଲଗାଇବାକୁ ଥିବା ଠିକା ସଂସ୍ଥା ୨୦୧୯ ସୁଦ୍ଧା କାର୍ଯ୍ୟ ସାରିବାକୁ ଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସରିବାର ନାଁ ଧରୁନି। ଠିକା ସଂସ୍ଥା ଏବଂ ବିଭାଗର ମଧୁଚନ୍ଦ୍ରିକା ପାଇଁ ଅସୁବିଧାର ଶିକାର ହେଉଛନ୍ତି ଛାତ୍ର ଛାତ୍ରୀ ଏବଂ କ୍ଷୁଦ୍ର ବ୍ୟବସାୟୀ। ତୁରନ୍ତ କାର୍ଯ୍ୟଶେଷ କରିବାକୁ ସାଧାରଣରେ ଦାବୀ ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *