11/13/2025

Sabubarga Khabar

All category news

କୋଟପାଡ଼ରେ ଜୈବ ବସ୍ତୁ ଭଣ୍ଡାରର ଶୁଭାରମ୍ଭ

କୋରାପୁଟ (୧୩/୦୩): କୋରାପୁଟ ଜିଲ୍ଲା କୋଟପାଡ଼ ସହରର ଜାତୀୟ ରାଜପଥ କଡରେ ଥିବା କୁସୁମୀ ଛକ ନିକଟରେ ଏକ ଜୈବ ବସ୍ତୁ ଭଣ୍ଡାର ପ୍ରତିଷ୍ଠାନର ଶୁଭାରମ୍ଭ ହୋଇଯାଇଛି। ଉଦ୍ୟୋଗୀ ଶ୍ରୀମତି ଦାନ୍ତି ମହନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ତହସିଲଦାର ଶ୍ରୀ ଦୁତିକୃଷ୍ଣ ପାତ୍ର ଯୋଗ ଦେଇଥିଲେ । ସନ୍ଧ୍ୟା ୬ ଘଣ୍ଟା ୩୦ମିନିଟ ସମୟରେ ଠାକୁରଙ୍କ ଫଟୋ ସାମନାରେ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଆମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶମାନଙ୍କରେ କୋଟପାଡ଼ ହସ୍ତ ତନ୍ତ ଉତ୍ପାଦିତ ପଦାର୍ଥ ଗୁଡିକର ଯଥେଷ୍ଟ ଚାହିଦା ରହିଛି । ଭୁବନେଶ୍ବର, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ପ୍ରଭୃତି ଅଞ୍ଚଳରେ ପ୍ରଦର୍ଶନୀ ଗୁଡିକରେ ବହୁ ପରିମାଣରେ ଏଠାକାର ସାଲ, ଶାଢୀ, କୁର୍ତା, ସଲଓ୍ବାର,ସାର୍ଟ୍ କପଡା ପ୍ରଭୃତିର ବ୍ୟାପକ ଚାହିଦା ସୃଷ୍ଟି ହୋଇଛି । ଜାତୀୟ ରାଜପଥ କଡ଼ରେ ଥିବା ଯୋଗୁଁ ଏହି ପ୍ରତିଷ୍ଠାନର ପ୍ରଭାବ ରହିବା କଥା ଆଲୋଚନା କରାଯାଉଛି । ଅନ୍ୟ ମାନଙ୍କ ମଧ୍ୟରେ ବୁଣାକାର ସୋସାଇଟିର ଜିଲ୍ଲା ସଭାପତି ପ୍ରହଲ୍ଲାଦ ମହାନ୍ତି, ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା, ପୂର୍ବ ବ୍ଲକ୍ ଅଧ୍ୟକ୍ଷ ନୀଳକଣ୍ଠ ପୂଜାରୀ, ସତ୍ୟନାରାୟଣ ସେଠୀ, ସତ୍ୟନାରାୟଣ ମିଶ୍ର, ସମାଜ ସେବୀ ମନୋଜ ବିଶୋୟୀ, ଗଣେଶ ଚନ୍ଦ୍ର ପଣ୍ଡା, ରଞ୍ଜନ ପଟ୍ଟନାୟକ, ପଙ୍କଜ ପାତ୍ର, ଜିତେନ୍ଦ୍ର ମହାପାତ୍ର ଜିଲ୍ଲା ପରିଷଦ ସଭ୍ୟା ଦ୍ରୁପଦା ଭତ୍ରା, ବାବୁଲି ପାଣିଗ୍ରାହୀ, ରାଜେନ୍ଦ୍ର ନାୟକ, O. L. M.ର ମୂଖ୍ୟ ନମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *