02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟପାଡର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ “କୋଟପାଡ଼ ସାମ୍ବାଦିକ ସଂଙ୍ଘ” ଗଠିତ

କୋରାପୁଟଜିଲ୍ଲା(ସଖପ୍ର): କୋରାପୁଟ ଜିଲ୍ଲାର ପ୍ରମୁଖ ସହର କୋଟପାଡ଼ରେ କାର୍ଯ୍ୟରତ ରହିଥିବା ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ “‘କୋଟପାଡ଼ ସାମ୍ବାଦିକ ସଙ୍ଘ'” ନାମରେ ଏକ ଅନୁଷ୍ଠାନ ଗଠିତ ହୋଇଯାଇଛି । ଏହାର ସଭାପତି ଭାବେ ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ବସନ୍ତ କୁମାର ପେଗୋଡ଼, ସମ୍ପାଦକ ଭାବେ ଅଜିତ ପଟ୍ଟନାୟକ, ସହ ସମ୍ପାଦକ ଭାବେ ଭବାନୀ ପ୍ରସାଦ ପାଢ଼ୀ, କୋଷାଧ୍ୟକ୍ଷ ରୂପେ ସନାତନ ଦାସଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଅମିତ କୁମାର ପରିଛା, ସନ୍ତୋଷ କୁମାର ବ୍ରହ୍ମା, ରଂଜନ ପଣ୍ଡା, ଦୟାରାମ ପନିକା, ହରିଶ ପଟ୍ଟନାୟକ ଏବଂ ଶ୍ରୀମତୀ ଲୋପମୁଦ୍ରା ଦେବୀ ପ୍ରମୁଖ ଉପସ୍ଥିତ ରହି ସଙ୍ଘର ଲକ୍ଷ୍ୟ, ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସହରର ବହୁ ସମ୍ମାନୀୟ ବ୍ୟକ୍ତି ବିଶେଷ ଯୋଗଦେଇ ଏହାର ଚିରସ୍ଥାୟୀ କାମନା କରିଥିବା ବେଳେ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ରାଜେନ୍ଦ୍ର ଗୌଡ଼, ଯୁଗ୍ମ ସମ୍ପାଦକ ସୁମନ୍ତ ସାହୁ, ସାମ୍ବାଦିକ ଚିତ୍ତରଞ୍ଜନ ଚୌଧୁରୀ ଓ ଦକ୍ଷିଣ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଟି. ଗୌରୀ ଶଙ୍କର ପ୍ରମୁଖ ସଙ୍ଘର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ କୋଟପାଡ଼ ଭଳି ଉପାନ୍ତ ଅଞ୍ଚଳରେ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ପାଇଁ ସଙ୍ଘ କାର୍ଯ୍ୟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *