କୋକସରା ବ୍ଲକ ଗୁଡହାଣ୍ଡି ଡୋକରି ଚଞ୍ଚରାରେ ବନ ମହୋତ୍ସବ ଅନୁଷ୍ଠିତ
କଳାହାଣ୍ଡି/କୋକସରା(ସଖପ୍ର): ଆଜି ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ କୋକସରା ବ୍ଲକ ଗୁଡହାଣ୍ଡି ଡୋକରି ଚଞ୍ଚରା ଗସ୍ତ କରି ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାରା ରୋପଣ କରିଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ ଡୋକରି ଚଞ୍ଚରା ଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଡୋକରି ଚଞ୍ଚରା ଉନ୍ନୟନ କମିଟି ସଦସ୍ୟମାନଙ୍କ ସହ ଏହାର ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ। ଧର୍ମଗଡ଼ ବନାଞ୍ଚଳ ବେହେରା ସେକ୍ସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ ବ୍ଲକ ବିଜେଡି ସଂପାଦକ ପଞ୍ଚକ ପୋଡ, ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ, ଅଇରି ନାଶନ ଚିନ୍ଦା, ଜିତେନ୍ଦ୍ର ପ୍ରଧାନୀ, ଯୁବ ନେତା ମାନସ ରଞ୍ଜନ ବାଗ, ଉନ୍ନୟନ କମିଟି ସଭାପତି ଭଦ୍ରେଶ୍ବର ପାତ୍ର, ବରିଷ୍ଠ ସଦସ୍ୟ ବିରଞ୍ଚି ପଣ୍ଡା, ଘନଶ୍ୟାମ ନାଏକ, ଚକାଡୋଳା ପାତ୍ର ସମେତ ବନ ବିଭାଗର ଅନେକ କର୍ମଚାରୀ ସାମିଲ ହୋଇ ଚାରା ରୋପଣ କରିଥିଲେ।
କଳାହାଣ୍ଡି ପ୍ରତିନିଧି ଲକ୍ଷ୍ମୀକାନ୍ତ ଖମାରୀ