01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ

ରାୟଗଡା (ସଖପ୍ର): ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ ସରୋଜ କୁମାର ମିଶ୍ର ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ପ୍ରଥମେ ପାର୍ସାଲି ପଞ୍ଚାୟତ ର ବୁଡୁଣି ଡଙ୍ଗରିଆ ଗାଁକୁ ଗସ୍ତ କରି ଡଙ୍ଗରିଆଙ୍କ ଘରବୁଲି ଦେଖିବା ସହ ପରିମଳ ବ୍ୟବସ୍ଥା ଦେଖିଥିଲେ । ମହିଳା ଗ୍ରୁପ ମାନଙ୍କ ସହିତ ସାକ୍ଷାତ କରି ସରକାରୀ ସୁବିଧା, ଗ୍ରୁପ ଋଣ ଆଣି ଟଙ୍କାକୁ କେଉଁ ବାବଦରେ ଖର୍ଚ୍ଚ କରୁଚ, କଣ ଲାଭ କ୍ଷତି ପାଉଛ ସେ ବିଷୟରେ ପଚାରି ବୁଝିଥିଲେ। ଅଙ୍ଗନବାଡି ତରଫରୁ ଅଣ୍ଡା, ଛତୁଆ ପ୍ରତି ମାସରେ ପାଉଛ କି ନାହିଁ ବୋଲି ପଚାରି ବୁଝିଥିଲେ । କୋଭିଡ ଟୀକା ନେଇଛନ୍ତି କି ନାହିଁ ପଚାରି ବୁଝିବା ସହ ଟୀକା ନେବା ପାଇଁ କହିଥିଲେ।

ରାୟଗଡ଼ାରୁ ଅମୂଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *