02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେବେ ହେବ ଧର୍ମଶାଳା ତହସିଲ ଦଲାଲ ମୁକ୍ତ ; ପଡ଼ୁନି ୫ ଟି ସଚିବଙ୍କ ଦୃଷ୍ଟି

ଧର୍ମଶାଳା,୨୮/୧୦:(ପ୍ରତିନିଧି ନାରାୟଣ ରଥ) ୫ Tଅର୍ଥାତ ମୋ ସରକାର ଆଇନ ଲାଗୁହେଲା ପରେ ବି ଆଜିବି ମୁକ୍ତ ହୋଇ ପାରୁନି ଧର୍ମଶାଳା ତହସିଲ ରୁ ଦଲାଲ ଙ୍କ ମୁକ୍ତ। ଘଟଣାରୁ ପ୍ରକାଶ ଯେ -ମୋ ସରକାର ଆଇନ ଲାଗୁ ହେବା ପରେ ସାଧାରଣରେ ଧର୍ମଶାଳା ଥାନା ହେଉ ବା ଆରଟିଓ ଅଫିସ ହେଉ ସବୁଠି ଦଲାଲ ହଟି ଯାଇଥିବା ବେଳେ ଧର୍ମଶାଳା ତହସିଲ ଆଗରେ ସେଇ ପଟା ଦାର ଦଲାଲି ମାନେ ଚିକି ଚିକିଆ ଧଳା କଳା ପୋଷାକ ପିନ୍ଧି ଟେବୁଲ ଚେୟାର ପକାଇ ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି।ଏଯେମିତି କରବାବୁ ନାନ ପୁରରୁ,ସ୍ୱାଇଁ ବାବୁ ନେଉଳ ପୁରରୁ,ଶତପଥୀ ବାବୁ,ଗୋପାଳ ପୁରରୁ,ଖାଁ ବାବୁ ଧର୍ମଶାଳାରୁ,ରାୟ ବାବୁ ଭଳି ପଟାଦାର ଲାଇସେନ୍ସ କଲାଭଳି ବାବୁ ମାନେ ବହୁତ ସୁନ୍ଦର ଭାବେ ଲୋକ ସେବା ଆଳରେ କାର୍ଯ୍ୟ କରୁଛନ୍ତି।ଏମାନଙ୍କୁ କିଏ ଅନୁମତି ଦେଇଛି ଲୋକ ସେବା ନାଁରେ କାର୍ଯ୍ୟ କରିବାକୁ।ମାନ୍ୟବର ମାଜିଷ୍ଟ୍ରେଟ ଙ୍କ ନଜର ଅନାବାଦୀ,ବେଆଇନ ଘର ତୋଳା,ଖଣି ଖଦାନ ଓ ବାଲି, ମୋହରମ ଉପରେ ନଜର ଥିଲା ବେଳେ ତାଙ୍କ ପାଖରେ ବସି ଲୋକଙ୍କୁ ସେବା ଦେବା ଆଳରେ ଲୋକଙ୍କୁ ଠକୁଛନ୍ତି। ଏମାନଙ୍କ ଉପରେ ନଜର କେମିତି ପଡୁନି। ଏମାନେ କଣ ଲାଇସେନ୍ସ କରିଛନ୍ତି ଏଭଳି କାମ କରିବାକୁ। ଏମାନେ କଣ ଓକିଲ ନା ଭେଣ୍ଡର ଏମାନେ ତହସିଲ ଆଗରେ ବସି ଆଡା ଜମାଉଛନ୍ତି। କାହା ଅନୁମତିରେ ଏମାନେ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି।ମାନ୍ୟବର ତହସିଲଦାର ଙ୍କ ଏଥିରେ କିଛି ଭାଗ ଅଛି ନା ଏମାନଙ୍କ ପ୍ରତି ଅପାର ଦୟା ଅଛି।ଏକଥା ଆମେ କହୁନୁ ଏକଥା କହୁଛନ୍ତି ସାଧାରଣ ଲୋକଟିଏ ତହସିଲକୁ କୌଣସି କାମଟିଏ ପାଇଁ ଯାଇଥିବା ବେଳେ। ତହସିଲଦାର ଏତେ ନେବେ,ବଡବାବୁ ଏତେନେବ,ଟାଇପ ଵାଲା ଏତେ ନେବେ,ସରକାରୀ ଓକିଲ ଏତେ ନେବେ ,ସବରେଜିଷ୍ଟ୍ରାର ଏତେନେବେ,କାଗଜ ଵାଲା ଏତେନେବେ କହି କହି ଲୋକ ମାନଙ୍କୁ ଭୁଆଁ ବୁଲାଇ ନାକେଦମ କରିଦେଲା ପରେ ଲୋକଟିଏ ଘରକୁ ଆସୁଛି। ଏ କଣ ବେଆଇନ କାମ ନୁହେଁ। ଯଦି ଏଭଳି ଦଲାଲ ମାନ୍ୟବର ତହସିଲ ଆଗରେ ଆଳ ଜମାଉ ଥିବା ନ ରୋକାଯାଏ ତାହେଲେ ଆଗକୁ ବହୁ ସମସ୍ୟା ଦେଖା ଦେବା ସହିତ ବହୁ ସଂଖ୍ୟାରେ ଗରିବ ବ୍ୟକ୍ତି ମାନେ ମାନ୍ୟବର ଏଭଳି ଠାରରେ ନା ଦିଆ ଯାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୁରା ନାମ ଓ ସମ୍ପୂର୍ଣ ଠିକଣା ଲେଖି ଜିଲାପାଳଙ୍କୁ ଦେବା ସହିତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାର ସୂଚନା ମିଳିଛି।ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ତହସିଲ ଆଗରୁ ଦଲାଲ ମୁକ୍ତ କରିବାକୁ ବହୁ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *