01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେବେ ବଦଳିବ ସ୍ୱାଭିମାନ ଅଂଚଳ ଚିତ୍ର…

ମାଲକାନଗିରି: ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ଆଦିବାସୀଙ୍କ ସ୍ବପ୍ନର ସେତୁ ଗୁରୁପ୍ରିୟା । ହେଲେ ଏଯାଏଁ ବଦଳି ନାହିଁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର । ୧୫୧ଟି ଗାଁ ମଧ୍ୟରୁ ପ୍ରାୟ ୧୨୦ଟି ଗାଁର ଲୋକେ ଏବେ ବି ଜଳପଥରେ ନିର୍ଭରଶୀଳ । ମୌଳିକ ସୁବିଧା ଯେଉଁ ମାନଙ୍କ ପାଇଁ ସାତସପନ ହୋଇ ରହିଛି ସେମାନଙ୍କ ବିକାଶ କଥା ଆମେ ଚିନ୍ତା କରିବା କେମିତି । ତେବେ କିଭଳି ରହିଛି ବାସ୍ତବ ଚିତ୍ର ଆସନ୍ତୁ ଦେଖିବା | ସ୍ବପ୍ନର ସେତୁ ଗୁରୁପ୍ରିୟାଦିନ ଥିଲା ୨0୧୮ ଜୁଲାଇ ୨୬ ତାରିଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ । ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରି ୬ ଦଶନ୍ଧିର ସମସ୍ୟା ଦୂର ହେଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଆଦିବାସୀ ଇଲାକାରେ ନୂତନ ଆଶା ସୃଷ୍ଟି କରିଥିଲା । ଇତି ମଧ୍ୟରେ ବିତିଛି ଦେଢବର୍ଷ ।

ଆଉ ବାସ୍ତବତା ଦେଖିବାକୁ ଆମେ ପହଞ୍ଚିଥିଲୁ ସେଠାରେ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ସେତୁ ନୁହେଁ, ଦେଶୀ ଡଙ୍ଗା ପାଲଟିଛି ଯାତାୟତର ମାଧ୍ୟମ ।ବିପଦଶଙ୍କୁଳ ଅବସ୍ଥାରେ ଆମେ ବି ଦେଶୀ ଡଙ୍ଗାରେ ଯାଇ ପହଞ୍ଚିଥିଲୁ ସନ୍ନ୍ୟାସିଗୁଡା ଗାଁରେ । ପରେ ଯୋଡାମ୍ବ, ଅଣ୍ଡ୍ରାପାଲ୍ଲି, ଯନ୍ତ୍ରୀ, ପଣଷପୁଟ, ଓ ଗାଜଲ ମାମୁଡି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ସ୍ଥିତି ପରଖିଥିଲୁ । ଅର୍ଦ୍ଧନଗ୍ନ ବିକାଶର ଛବି ଆଢୁଆଳରେ ଦେଖିବାକୁ ମିଳିଥିଲା ଆଦିବାସୀଙ୍କ ପୁଳାପୁଳା ଦୁଃଖ ଓ ଦୁର୍ଦ୍ଦଶା । ନା ଦୁଇ ଓଳି ଖାଇବା ମିଳୁଛି ନା ବିଶୁଦ୍ଧ ପାଣି । ଦିନ ତମାମ ଅପେକ୍ଷା କରି ଚୁଆରୁ ଗରାଏ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି |ଦେଖିବାକୁ ବାକିରହିଲା କେବେ ବଦଳିବ ସ୍ୱାଭିମାନ ଅଂଚଳର ଚିତ୍ର|

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *