05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେନ୍ଦ୍ରସରକାରଙ୍କ ଶ୍ରମିକ ବିରୋଧି,କୃଷକ ବିରୋଧି ନୀତି ବିରୁଦ୍ଧରେ ଜୟପୁରରେ ଧର୍ମଘଟ

କୋରାପୁଟଜିଲ୍ଲା/ଜୟପୁର୨୬/୧୧(ସଖପ୍ର): ଏଆଇୟୁଟିୟୁସି ସମେତ ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ କର୍ମଚାରୀ ଫେଡେରେସନମାନଙ୍କ ମିଳିତ ସହଯୋଗରେ ଆଜି ଧର୍ମଘଟ ହୋଇଯାଇଛି। ଏହି ଧର୍ମଘଟ ସାରାଭାରତ ବର୍ଷରେ ହୋଇଛି। ଜୟପୁରରେ ଏହାର ପ୍ରଭାବ ସକାଳ ୮ଟାରୁ ଦେଖିବାକୁ ମିଳିଥିଲା। ଶ୍ରମିକ ସଂଘ ଓ କୃଷକ ସଂଘର ସ୍ଥାନୀୟ ସଭ୍ୟମାନେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଟ୍ରକ,ବସ ଅଟକାଇ ରାସ୍ତାରୋକ କରିଥିଲେ। ଜିଲ୍ଲା କଂଗ୍ରେସଦଳ ଏହି ଧର୍ମଘଟକୁ ସମର୍ଥନ କରିଥିଲା। ଏହି ରାସ୍ତାରୋକ ଦିନ ୧ଟା ପର୍ଯ୍ୟନ୍ତ ବଳବତ୍ତ ରହିଥିଲା। କେନ୍ଦ୍ରସରକାରଙ୍କର କୃଷକ ବିରୋଧୀ ନୀତି ଓ ଶ୍ରମିକ ବିରୋଧି ନୀତିକୁ ନେଇ ଏହି ଧର୍ମଘଟ ସଂଗଠିତ ହୋଇଥିଲା।କେନ୍ଦ୍ରସରକାର ପୁଞ୍ଜିପତି,ଶିଳ୍ପପତି ମାଲିକଶ୍ରେଣୀର ବ୍ୟବସାୟକୁ ସହଜ କରିବା ଲକ୍ଷନେଇ ଶ୍ରମିକ କର୍ମଚାରୀଙ୍କ ବିରୋଧରେ ବିଜେପି ସରକାର ତରବରିଆ ଭାବେ ପ୍ରଚଳିତ ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଶ୍ରମ କୋଡ୍ ପ୍ରଣୟନ କରି ପାର୍ଲିଆମେଣ୍ଟରେ ଗୃହୀତ କରାଇନେଇଛନ୍ତି। ଏହି ଶ୍ରମ କୋଡ୍ ଲାଗୁ ହେବାଦ୍ବାରା ଶ୍ରମିକ କର୍ମଚାରୀଙ୍କ ଟ୍ରେଡ ୟୁନିଅନ ଗଠନକରିବା ଓ ଧର୍ମଘଟ କରିବାର ଅଧିକାର ରହିବନାହିଁ ଓ ଶତକଡା ୭୪ଭାଗ ଶିଳ୍ପ ଅନୁଷ୍ଠାନରେ ପ୍ରଚଳିତ କାରଖାନା ଆଇନ କାର୍ଯ୍ୟକାରୀ ହେବନାହିଁ ଏବଂ ଶତକଡା ୭୦ଭାଗ ଶ୍ରମିକ କର୍ମଚାରୀ ପ୍ରଚଳିତ କାରଖାନା ଆଇନର ପରିସରଭୁକ୍ତ ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ ହେବେ। ନିକଟରେ ପାର୍ଲିଆମେଣ୍ଟରେ ଗୃହୀତ ୩ଟି କୃଷି ଆଇନ କୃଷି କ୍ଷେତ୍ରକୁ ପୁଞ୍ଜିପତି ଶିଳ୍ପପତି ମାନଙ୍କ ହାତରେ ଟେକିଦେବାର ପଥ ପ୍ରଶସ୍ତ କରିଛି। କେନ୍ଦ୍ର ସରକାରଙ୍କ ଏହି ସମସ୍ତ ଜନବିରୋଧି ନୀତିକୁ ବିରୋଧକରି ଏହି ଧର୍ମଘଟ ହୋଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *