କେନ୍ଦୁଝର ଦଳିତ ଆଦିବାସୀ ବିକାଶ ସଂସ୍ଥା ଚେୟାରମ୍ୟାନ ରମାକାନ୍ତ ପାତ୍ରଙ୍କ ନେତୃତ୍ବରେ କରୋନା ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝରଜିଲ୍ଲା: ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଖେଳାଇ ଚାଲିଛି l ସମ୍ପ୍ରତି କରୋନା ଭ୍ବତାଣୁ ସଂକ୍ରମଣ ପ୍ରତି ସତର୍କତା ମୂଳକ ପ୍ରତିଷେଧ ଓ ନିୟନ୍ତ୍ରଣ ପାଇଁ ଆଜି କେନ୍ଦୁଝର ଦଳିତ ଆଦିବାସୀ ବିକାଶ ସଂସ୍ଥାନର ଚେଆରମେନ୍ ରମାକାନ୍ତ ପାତ୍ରଙ୍କ ନେତୃତ୍ବରେ ସଚେତନତାର ବାର୍ତ୍ତାସହ ଲୋକଙ୍କୁ ଲୋକଙ୍କୁ ପରିଷ୍କାର ପରିଛନ୍ନତା ବିଷୟରେ ବୁଝାଇଥିଲେ। ପାଟଣାବ୍ଲକର ବାଉଁଶ୍ବଳୀ ଛକ ଏବଂ ଝୁମ୍ପୁରା ବ୍ଲକର ସପ୍ତପୁରୀ ଉଚ୍ଚ ବିଦ୍ୟାଳୟ ପାହାଡପୁର ପରିସରରେ ଲୋକଙ୍କୁ ସଚେତନ ବାର୍ତ୍ତାଦେବା ସହ ସହକର୍ମୀ ମାନଙ୍କୁ ନେଇ ସର୍ବସାଧାରଣଙ୍କ ହିତଉଦ୍ଦେଶ୍ୟରେ ସାବକ ଧନୁର୍ଜୟପୁର,ସିଲିଟିଆ,ବାଉଁଶ୍ବଳୀ ଗ୍ରାମର ଗ୍ରାମବାସୀ ମାନଙ୍କୁ ସଚେତନତାର ବାର୍ତ୍ତାଦେଇ ସମସ୍ତଙ୍କ ହାତପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ହାତ ଧୋଇବା ସାବୁନପାଣୀ, ଆଲ୍କହଲଯୁକ୍ତ,ମାସ୍କ୍ ଟିସୁପେପର,ସାନିଟାଇଜେସନ୍ ବ୍ୟବସ୍ଥା ଉପରେ ବୁଝାଇଥିଲେ। କାଶ, ଛିଙ୍କ ହେବା ସମୟରେ ନାକ,ମୁହଁକୁ,ରୁମାଲ ଟିସୁ ପେପରରେ ଘୋଡାଇ ରଖିବାସହ ବ୍ୟବହୃତ ଟିସୁ ପେପରକୁ ଯଥାଶିଘ୍ର ଢାଙ୍କୁଣୀ ଥିବା ଡଷ୍ଟବିନରେ ପକାଈବା ଓ ଜ୍ବରକାଶ କିମ୍ବା ଶ୍ବାସ କ୍ରିୟାରେ କଷ୍ଟ ଅନୁଭବ କରିବା ବେଳେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ କହିଥିଲେ। ଏହି ସବୁ ବାର୍ତ୍ତାଦେବା ସହ କରୋନା ମହାମାରୀ କିପରି ଆକ୍ରମଣ ନ କରିବ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସମଗ୍ର ବିଶ୍ବରେ କରୋନାକୁ ନେଇ ଆନ୍ତର୍ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ କରୋନା ଭାଇରସ୍ ସଂକ୍ରମଣ ପ୍ରତି ସତର୍କତାମୂଳକ,ପ୍ରତିଷେଧ ଓ ନିୟନ୍ତ୍ରଣ ପାଇଁ ୨୦୦୫ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ ବିପର୍ଯ୍ୟୟ ଘୋଷଣା ପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସରକାରୀ,ବେସରକାରୀ,ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ ଏମିତିକି ଅଙ୍ଗନବାଡିକୁ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ସଚେତନତା ଦିବସରେ ସପ୍ତପୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସମୂହ ସହଯୋଗ କରିଥିବା ବେଳେ ଏହି ମହତ ଉବ୍ଦେଶ୍ୟ ପାଇଁ ନିରାକାର ପାତ୍ର ତଥା ଗ୍ରାମବାସୀ ମାନେ କେନ୍ଦୁଝର ଦଳିତ ଆଦିବାସୀ ସଂସ୍ଥାନର ଚେଆରମ୍ୟାନ୍ ରମାକାନ୍ତ ପାତ୍ରଙ୍କୁ ଭୂୟସି ପ୍ରଂଶସା କରିଥିଲେ।